ବାଗଦାଦ: ଇରାକର ରାଜଧାନୀ ବାଗଦାଦରେ କୋଭିଡ୍ କେୟାର ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ହସ୍ପିଚାଲରେ ନିଆଁ ଲାଗି ୨୩ ଜଣଙ୍କର ମୃତ୍ୟୁ ହୋଇଛି । ଅସୁସ୍ଥ ହୋଇଛନ୍ତି ୪୫ ଜଣ । ଅକ୍ସିଜେନ ସିଲିଣ୍ଡର ମହଜୁଦ ଥିବା ରୁମରେ ବିସ୍ଫୋରଣ ହେବାରୁ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି ।
#BREAKING At least 23 people died when a fire broke out in a Covid-19 intensive care unit in Baghdad, medical and security sources told AFP pic.twitter.com/pn702vutRD
— AFP News Agency (@AFP) April 24, 2021
୯୦ ଜଣ ରୋଗୀଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ହସ୍ପିଟାଲରେ ୧୨୦ ଜଣ ଚିକିତ୍ସାଧୀନ ଥିଲେ । ହସ୍ପିଟାଲରେ ଆକାଶକୁ ଛୁଇଁଲା ଭଳି ନିଆଁ ଦେଖିବାକୁ ମିଳିଥିଲା । ବିସ୍ଫୋରଣରେ ପ୍ରଚଣ୍ଡ ଶବ୍ଦ ବି ଶୁଣିବାକୁ ମିଳିଥିଲା । ଗୋଟିଏ ଫ୍ଲୋରରୁ ନିଆଁ ଅନ୍ୟ ଫ୍ଲୋରକୁ ବି ବ୍ୟାପିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
Comments are closed.