Latest Odisha News

BREAKING NEWS

‘ରାଧେ’ ଫିଲ୍ମର ଟ୍ରେଲର ଜରିଆରେ ଲୋକଙ୍କ ମଧ୍ୟରେ କରୋନା ସଚେତନତା ପ୍ରସାର କରୁଛି ମୁମ୍ବାଇ ପୋଲିସ

ମୁମ୍ବାଇ: ଭାରତରେ କୋଭିଡ୍-୧୯ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର। ଆମେ ସମସ୍ତେ ବର୍ତ୍ତମାନ ଘରେ ରହିବା ଏବଂ ସମସ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ଅନୁସରଣ କରିବା ଜରୁରୀ। ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ବର୍ତ୍ତମାନ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି।

ପୋଲିସ୍ ବିଭାଗର ଅନେକ ସ୍ୱାସ୍ଥ୍ୟସେବା ଏବଂ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଲୋକମାନଙ୍କୁ ଉପରୋକ୍ତ ସମସ୍ତ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି। ମୁମ୍ବାଇ ପୋଲିସ ବିଭିନ୍ନ କୌତୁକିଆ ପୋଷ୍ଟ ସାହାଯ୍ୟରେ ସଚେତନତା ପ୍ରସାର କରୁଥିବା ଦେଖିବାକୁ ମିଳିଛି।

ଆଜି ନିଜ ଟ୍ୱିଟର ଆକାଉଣ୍ଟରେ ମୁମ୍ବାଇ ପୋଲିସ ସଲମାନ ଖାନଙ୍କ ‘ରାଧେ’ ଟ୍ରେଲର ସାହାଯ୍ୟ ନେଇ ଲୋକମାନଙ୍କ ମଧ୍ୟରେ ଫେସ୍‌ ମାସ୍କର ଗୁରୁତ୍ବ ବିଷୟରେ ସଚେତନ କରୁଛନ୍ତି।

ଏହି ମେମ୍‌ରେ ଫିଲ୍ମରେ ନକରାତ୍ମକ ଭୂମିକାରେ ଅଭିନୟ କରୁଥିବା ରଣଦୀପ ହୁଡାଙ୍କୁ କୋଭିଡ୍-୧୯ ଭାଇରସ୍ ଭାବରେ ଦର୍ଶାଯାଇଛି।

Comments are closed.