ନୟାଗଡ଼: ମହାନଦୀ ପଠାରେ ଚାଲିଥିଲା ବାଘ ଛାଲ ଓ ହାତୀ ଦାନ୍ତ କିଣାବିକା ଡିଲ୍ । ଖବର ପାଇଁ ବେପାରୀ ବେଶରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏତିକିବେଳେ ଦୁଇ ବନ୍ୟଜନ୍ତୁ ବେପାରୀଙ୍କୁ ବାନ୍ଧିଛି ଏସଟିଏଫ୍ । ସେମାନଙ୍କ ନିକଟରୁ ଜବତ ହୋଇଛି ଗୋଟିଏ କଲରାପତରିଆ ବାଘ ଛାଲ ଓ ଦୁଇଟି ହାତୀ ଦାନ୍ତ । ନୟାଗଡ଼ ଜିଲ୍ଲା ଗଣିଆ-ଚାମୁଣ୍ଡିଆ ରାସ୍ତାର ମା’ କଳପଟା ମନ୍ଦିର ନିକଟ ମହାନଦୀ ପଠାରେ ରେଡ୍ କରିଥିଲା ଏସଟିଏଫ୍ ।

ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଚକ୍ରଗଡ଼ ଗାଁର ରମେଶ ପ୍ରତିହାରୀ ଓ ନୟାଗଡ଼ ଜିଲ୍ଲା ଗଣିଆ ଥାନା ବେଠିଆ ସାହିର ବିମ୍ବାଧର ତାରେ । ଜବତ ବାଘ ଛାଲ ଓ ହାତୀ ଦାନ୍ତର ରସାୟନିକ ପରୀକ୍ଷଣ ପାଇଁ ଡେରାଡୁନ୍ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ପରୀକ୍ଷାଣ କେନ୍ଦ୍ରକୁ ପଠାଯାଇଛି ।

ଗତ ବର୍ଷେ ଭିତରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ସ୍ପେଶାଲ୍ ଡ୍ରାଇଭ ଜରିଆରେ ୧୩ଟି ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଚମଡ଼ା, ୩ଟି ବଜ୍ରକାପ୍ତା ଜବତ କରିଛି । ବନ୍ୟଜନ୍ତୁ ଶିକାର ଓ ବେପାର ଅଭିଯୋଗରେ ୨୭ ଜଣଙ୍କୁ ଗିରଫ କରିଛି । ମୋଟ୍ ୧୫ଟି ମାମଲା ରୁଜୁ କରିଛି ଏସଟିଏଫ୍ ।
BREAKING NEWS
- Deepveer baby Devi: ନବମୀରେ ଦୀପିକା-ରଣବୀରଙ୍କ ଘରକୁ ଆସିଲେ ମା’ ଦୁର୍ଗା, ନାଁ ରଖିଲେ ‘ଦେବୀ’!
- ଆସୁଛି ଆଉ ଏକ ଲଘୁଚାପ, ଜାଣନ୍ତୁ ଓଡ଼ିଶାରେ ପ୍ରଭାବ…
- କୋଟିଆ ଉପରେ ନିୟମିତ ନଜର ରଖିବେ ଜିଲ୍ଲାପାଳ ଓ SP
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ

Comments are closed.