ନୟାଗଡ଼: ମହାନଦୀ ପଠାରେ ଚାଲିଥିଲା ବାଘ ଛାଲ ଓ ହାତୀ ଦାନ୍ତ କିଣାବିକା ଡିଲ୍ । ଖବର ପାଇଁ ବେପାରୀ ବେଶରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏତିକିବେଳେ ଦୁଇ ବନ୍ୟଜନ୍ତୁ ବେପାରୀଙ୍କୁ ବାନ୍ଧିଛି ଏସଟିଏଫ୍ । ସେମାନଙ୍କ ନିକଟରୁ ଜବତ ହୋଇଛି ଗୋଟିଏ କଲରାପତରିଆ ବାଘ ଛାଲ ଓ ଦୁଇଟି ହାତୀ ଦାନ୍ତ । ନୟାଗଡ଼ ଜିଲ୍ଲା ଗଣିଆ-ଚାମୁଣ୍ଡିଆ ରାସ୍ତାର ମା’ କଳପଟା ମନ୍ଦିର ନିକଟ ମହାନଦୀ ପଠାରେ ରେଡ୍ କରିଥିଲା ଏସଟିଏଫ୍ ।

ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଚକ୍ରଗଡ଼ ଗାଁର ରମେଶ ପ୍ରତିହାରୀ ଓ ନୟାଗଡ଼ ଜିଲ୍ଲା ଗଣିଆ ଥାନା ବେଠିଆ ସାହିର ବିମ୍ବାଧର ତାରେ । ଜବତ ବାଘ ଛାଲ ଓ ହାତୀ ଦାନ୍ତର ରସାୟନିକ ପରୀକ୍ଷଣ ପାଇଁ ଡେରାଡୁନ୍ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ପରୀକ୍ଷାଣ କେନ୍ଦ୍ରକୁ ପଠାଯାଇଛି ।

ଗତ ବର୍ଷେ ଭିତରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ସ୍ପେଶାଲ୍ ଡ୍ରାଇଭ ଜରିଆରେ ୧୩ଟି ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଚମଡ଼ା, ୩ଟି ବଜ୍ରକାପ୍ତା ଜବତ କରିଛି । ବନ୍ୟଜନ୍ତୁ ଶିକାର ଓ ବେପାର ଅଭିଯୋଗରେ ୨୭ ଜଣଙ୍କୁ ଗିରଫ କରିଛି । ମୋଟ୍ ୧୫ଟି ମାମଲା ରୁଜୁ କରିଛି ଏସଟିଏଫ୍ ।
BREAKING NEWS
- ଫ୍ଲାଏଦୁବାଇ ବିମାନ ଦୁର୍ଘଟଣା ଷଡ଼ଯନ୍ତ୍ର: ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଟଳିଲା ବଡ଼ ବିପଦ
- Odisha CEO:ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ
- MEA issues advisory for Indians:ସେନାରେ ଯୋଗଦେବା ପାଇଁ ଋଷିଆ ଯିବାର ‘ବିପଜ୍ଜନକ ପଥ’ରୁ ଦୂରେଇ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଗିରଫଦାରୀ ଭୟରେ ବିଦ୍ୟାଭାରତୀ, ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି
- Modi, Trump talk on phone:ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା; ଏହି ସମସ୍ତ ବିଷୟ ଉପରେ …
- ସିଏଜି ସ୍କାନରରେ ଓଡ଼ିଶାର ଡିଏମ୍ଏଫ୍ ପାଣ୍ଠି: ଖଣି ପ୍ରଭାବିତ ନଥିବା ଅଞ୍ଚଳରେ ଖର୍ଚ୍ଚ ହୋଇଛି ୯୮୩ କୋଟି ଟଙ୍କା
- ଏକାଠି କାମ କରିବେ ସୈଫ୍-ପ୍ରିୟଙ୍କା: ରିତେଶ ବାତ୍ରାଙ୍କ ନିର୍ଦ୍ଦେଶନାରେ ତିଆରି ହେବ ଦମଦାର୍ ଫିଲ୍ମ
- ରାଜଧାନୀ ଉପକଣ୍ଠରେ ବେଆଇନ ଗ୍ୟାସ୍ କାରବାରର ପର୍ଦ୍ଦାଫାଶ: ୭୯ଟି ଏଲପିଜି ସିଲିଣ୍ଡର ଜବତ
- ଆଇଟି କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା: ୨୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏଆଇ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ
- ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗର୍ଜିଲା ହିଟ୍ମ୍ୟାନ୍ଙ୍କ ବ୍ୟାଟ୍: ଶତକ ହାସଲ ପରେ ପଡ଼ିଆ ମଝିରେ ନାଚିଲେ ରୋହିତ

Comments are closed.