Latest Odisha News

ଆଇପିଏଲରୁ ଓହରି ଯାଉଛନ୍ତି ଷ୍ଟାର ଖେଳାଳି

ମୁମ୍ବାଇ: କରୋନାର ଦ୍ୱିତୀୟ ଲହରୀ ଭୟଙ୍କର ସାବ୍ୟସ୍ତ ହେଉଛି । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଉଦ୍ୟମ ସ୍ଥିତି ବେକାବୁ ହେଉଛି । ଏହି ଅବସରରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରୁ ଷ୍ଟାର ଖେଳାଳିମାନେ ଓହରିବା ଆରମ୍ଭ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ଏବଂ ରାଜସ୍ଥାନ ରୟାଲ୍ସ ପେସ ବୋଲର ଆଣ୍ଡ୍ର‌୍ୟୁ ଟାଇ ଟୁର୍ଣ୍ଣାମେଂଟରୁ ଓହରିବା ପାଇଁ ନିଷ୍ପତି ନେଇଛନ୍ତି ।

ଏହି ଘଡିସନ୍ଧି ମୂହର୍ତରେ ପରିବାର ସହିତ ରହିବା ଜରୁରୀ ବୋଲି ଅଶ୍ୱିନୀ କହିଛନ୍ତି । ଏମାନଙ୍କ ବ୍ୟତୀତ କେନ ରିଚାର୍ଡସନ ଏବଂ ଲିୟାମ ଲିଭିଙ୍ଗଷ୍ଟୋନ ମଧ୍ୟ ସ୍ୱଦେଶ ପ୍ରତ୍ୟାବର୍ତନ ପାଇଁ ଟିମ ମ୍ୟାନେଜମେଂଟକୁ ଜଣାଇ ସାରିଛନ୍ତି ।

Comments are closed.