Latest Odisha News

ଓଡ଼ିଶାରେ ପ୍ଲାଟୋ ଷ୍ଟେଜରେ ଅଛି ସଂକ୍ରମଣ, ଖାଲି ଅଛି ୭୦% ବେଡ୍

ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ ସଂକ୍ରରଣ ୬ ହଜାର ଉପରେ ରହୁଛି । କରୋନା ଓଡ଼ିଶାରେ ପ୍ଲଟୋ ସ୍ଥିତିରେ ରହିଛି । ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । ଅର୍ଥାତ ଗତ ୫ ଦିନ ହେବ ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଗୋଟିଏ ସ୍ତରରେ ରହୁଛି । ସଂକ୍ରମଣ ସଂଖ୍ୟା ପାଖାପାଖି ସମାନ ରହୁଥିଲେ ତାକୁ ପ୍ଲାଟୋ ବୋଲି କୁହାଯାଏ ।

ଆଗକୁ କଣ ହେବ ତାହା ଏବେଠୁ ନିର୍ଦ୍ଦିଷ୍ଟ ଭାବେ କହିହେବନି । ପଜିଟିଭ ସଂଖ୍ୟା ସ୍ଥିର କିମ୍ବା କମିପାରେ ବୋଲି ଆଶା ପ୍ରକାଶ କରିଛନ୍ତି ଡିଏମଇଟି । ଏହାସହ ସେ କହିଛନ୍ତି, ରାଜ୍ୟରେ ଯଥେଷ୍ଟ ସଂଖ୍ୟାରେ ବେଡ୍ ରହିଛି । ଆଗକୁ ସଂକ୍ରମଣ ବଢ଼ିଲେ ସେହି ଅନୁପାତରେ ଭେଣ୍ଟିଲେଟର ମଧ୍ୟ ବଢାଯିବ ।

ସେହିପରି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ଯେଉଁ ହସ୍ପିଟାଲରେ ବେଡ୍ ପୂରଣ ହୋଇ ଯାଉଛି, ଅନ୍ୟ ଜିଲ୍ଲାକୁ ରୋଗୀଙ୍କୁ ପଠାଯାଉଛି । ରାଜ୍ୟରେ ଏବେ ବି ପ୍ରାୟ ୭୦ ପ୍ରତିଶତ ବେଡ୍ ଖାଲି ରହିଛି । ଓଡ଼ିଶା ଅକ୍ସିଜେନ ବଳକା ରାଜ୍ୟ । ଆଗକୁ ଯେଭଳି ଅକ୍ସିଜେନ ଅଭାବ ନ ହେବ ସେଥିପାଇଁ ସବୁ ସିଲିଣ୍ଡରଗୁଡିକୁ ଭର୍ତ୍ତି କରି ମହଜୁଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି । ସ୍ଥିତିର ମୁକାବିଲା ପାଇଁ ବେଡ୍, ଅକ୍ସିଜେନ ଓ ମେଡିସିନ୍ ମହଜୁଦ ରହିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Comments are closed.