Latest Odisha News

BREAKING NEWS

କରୋନା ଟିକାର ଦର ଉପରେ ପ୍ରଶ୍ନ କରି ଟ୍ରୋଲ୍‌ ହେଲେ ଫର୍‌ହାନ୍‌

ମୁମ୍ବାଇ: ସେରମ୍ ଇନଷ୍ଟିଚ୍ୟୁଟ୍ ଇଣ୍ଡିଆ ଦ୍ବାରା କରୋନା ଟିକାକୁ ନେଇ ଧାର୍ଯ୍ୟ ମୂଲ୍ୟ ୬୦୦ ଟଙ୍କା ଉପରେ ପ୍ରଶ୍ନ କରି ଟ୍ରୋଲ ହେଲେ ଅଭିନେତା ଫରହାନ୍ ଅଖତର। ଏ ନେଇ ସଂସ୍ଥା ପୂର୍ବରୁ ସ୍ପଷ୍ଟୀକରଣ ଦେଥିସାରିଥିବା ସତ୍ତ୍ବେ ଫରହାନ୍‌ଙ୍କ ଏଭଳି ପ୍ରଶ୍ନକୁ ସୋସିଆଲ ମିଡିଆରେ ଟ୍ରୋଲ୍‌ କରାଯାଇଛି।

ସୂଚନା ଅନୁଯାୟୀ ସୋମବାର, ଅଭିନେତା ସରକାର ସେରମ୍ ଇନଷ୍ଟିଚ୍ୟୁଟ୍ ଏବଂ ଭରତ ବାୟୋଟେକ୍ କୁ କୋଭିଡ୍ ଟିକା ମୂଲ୍ୟ କମାଇବାକୁ କହିଥିବା ଖବର ସେୟାର୍‌ କରିଥିଲେ ଏବଂ ସଠିକ୍‌ କଥା ନଜାଣି ଅଯଥା ଟ୍ରୋଲ୍‌ କରିବାକୁ ବାରଣ କରିଥିଲେ। ଏହାସହିତ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ଘରେ ସୁସ୍ଥ ରହିବାକୁ କହିଥିଲେ।

Comments are closed.