Latest Odisha News

ଶିବମ ମାବୀ ଏମିତି କଣ କହିଲେ ଯେ, ଷ୍ଟେଇନଙ୍କ ଆଖି ଛଳ ଛଳ ହୋଇଗଲା

ମୁମ୍ବାଇ: ଚଳିତ ଆଇପିଏଲରେ ସୋମବାର ପଞ୍ଜାବ କିଙ୍ଗସ ବିପକ୍ଷରେ କୋଲକାତା ନାଇଟ ରାଇଡର୍ସ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଶିବମ ମାବୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲ । ସେ ମ୍ୟାଚ ପରେ କହିଥିଲେ ମୁଁ ଦକ୍ଷିଣ ଆଫ୍ରିକାର ଡେଲ ଷ୍ଟେଇନଙ୍କ ପରି ଆଉଟ ସୁଇଂ ବୋଲିଂ କରିବାକୁ ଚାହୁଁଛି । ସେ ମୋର ଆଦର୍ଶ । ତାଙ୍କଠାରୁ ବହୁତ କିଛି ଶିକ୍ଷା ଲାଭ କରିଛି ।

ଏହା ଶୁଣି ଷ୍ଟେଇନ ଭାବପ୍ରବଣ ହୋଇ ଯାଇଥିଲେ । ତାଙ୍କ ଆଖି ଛଳଛଳ ହୋଇ ଯାଇଥିଲା । କ୍ୟାରିୟର ଆରମ୍ଭ କରିବା ବେଳେ କେବେ ଭାବି ନ ଥିଲି ମୋ ଖେଳ ଅନ୍ୟ କାହାକୁ ପ୍ରଭାବିତ କରିବ ବୋଲି । ଏହା ନିଶ୍ଚିତ ଭାବେ ମୋ ପାଇଁ ଗର୍ବର ବିଷୟ ବୋଲି ଷ୍ଟେଇନ କହିଛନ୍ତି ।

Leave A Reply

Your email address will not be published.