ଭୁବନେଶ୍ୱର: ଏପ୍ରିଲରେ ଓଡ଼ିଶାରେ କରୋନା କାୟା ମେଲାଇଛି । ନାକି ଆଖି ଦେଖାଇଛି । ଦୈନିକ ସଂକ୍ରମଣରେ ନୂଆ ରେକର୍ଡ କରିଛି କରୋନା । ମାସେ ଭିତରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୩ହଜାର ୭୯୨ ଆକ୍ରାନ୍ତ । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ଗତ ମାର୍ଚ୍ଚ ୨୯ ତାରିଖରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୩ଲକ୍ଷ ୪୦ହଜାର ୪୦୨ । ଆଜି ଏହି ସଂଖ୍ୟା ୪ଲକ୍ଷ ୪୪ହଜାର ୧୯୪ରେ ପହଞ୍ଚିଛି । ଅର୍ଥାତ ସଂକ୍ରମଣ ହାର ୨୩ ପ୍ରତିଶତ ବଢ଼ିଛି ।
ଗତ ସାତ ଦିନର ରିପୋର୍ଟ ଦେଖିଲେ ସ୍ପଷ୍ଟ ଜଣା ପଡୁଛି ରାଜ୍ୟରେ ସଂକ୍ରମଣର ଗତି । ସପ୍ତାହେ ଭିତରେ (ଏପ୍ରିଲ ୨୪ରୁ ଆଜି ସୁଦ୍ଧା) ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪୯ ହଜାର ୫୦୦ ଆକ୍ରାନ୍ତ । ମାର୍ଚ୍ଚ ୩୦ ସୁଦ୍ଧା ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିଲା । ସେଦିନ ରାଜ୍ୟରୁ ଚିହ୍ନଟ ହୋଇଥିଲେ ୨୧୮ ପଜିଟିଭ୍ । ଆଜି ସଂଖ୍ୟା ବଢ଼ି ୮ହଜାର ୬୮୧ରେ ପହଞ୍ଚିଛି ।
ସଂକ୍ରମଣ ସହ ବଢ଼ିଛି ମୃତ୍ୟୁସଂଖ୍ୟା । ଗତ ସପ୍ତାହେ ଭିତରେ ରାଜ୍ୟରୁ ମହାମାରୀ ନେଇଛି କେବଳ ୭୦ ଜୀବନ । ମାସେ ଭିତରେ କରୋନାରେ ୧୨୨ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅର୍ଥାତ୍ ମାର୍ଚ୍ଚ ୨୯ ତାରିଖରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ଥିଲା ୧୯ଶହ ୨୧ । ଆଜି ଏହି ସଂଖ୍ୟା ବଢ଼ି ୨ହଜାର ୪୩ରେ ପହଞ୍ଚିଛି ।
BREAKING NEWS
- ଗମ୍ଭୀର ହେବେ କି ଟିମ ଇଣ୍ଡିଆର ନୂଆ କୋଚ
- ପିଓକେକୁ ନେଇ ଜୟଶଙ୍କରଙ୍କ ବୟାନ, କହିଲେ ସଠିକ୍ ସମୟ ଆସିଲେ ନିଆଯିବ ନିଷ୍ପତ୍ତି
- କେଜ୍ରିଓ୍ବାଲଙ୍କ ବିରୋଧ ପ୍ରଦର୍ଶନ ପାଇଁ ସଜାଗ ଦିଲ୍ଲୀ ପୋଲିସ, ବିଜେପି ପାର୍ଟି ଅଫିସରେ ସୁରକ୍ଷା କଡାକଡି
- ପୁଣି ଓଡ଼ିଶା ଆସି ଗର୍ଜିବେ ରାହୁଲ ଓ ମଲ୍ଲିକାର୍ଜୁନ ଖଡ୍ଗେ
- ‘ବାତ୍ୟା ପାଇଁ କୌଣସି ପୂର୍ବାନୁମାନ କରାଯାଇ ନଥିବାରୁ ଭୟଭୀତ ହେବାର ଆବଶ୍ୟକତା ନାହିଁ’
- କୋହଲି, ଅନୁଷ୍କାଙ୍କ ଆଖି ଛଳ ଛଳ ହୋଇଗଲା
- ଆମ ଆଦମୀ ପାର୍ଟି ପ୍ରାର୍ଥୀଙ୍କୁ ଭୋଟ୍ ଦେବେ କହିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ
- ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ସୁବର୍ଣ୍ଣପୁରର ସମସ୍ତ ମତଦାନ କେନ୍ଦ୍ର ଅଭିମୁଖେ ପୋଲିଙ୍ଗ୍ ପାର୍ଟି
- ମ୍ୟାଚ ହାରିବା ପରେ ମହେନ୍ଦ୍ର ସିଂହ ଧୋନି ଆରସିବି ଖେଳାଳିଙ୍କ ସହ ହାତ ନ ମିଳାଇ ଚାଲିଗଲେ
- ‘ଭୁଲ ରାଜନୈତିକ ବୁଝାମଣାରୁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଠକେଇ ଅଭିଯୋଗ’, ମାମଲା ପ୍ରତ୍ୟାହାର ପାଇଁ ସତ୍ୟପାଠ