ମୁମ୍ବାଇ: ଆଇପିଏଲରେ ଖେଳାଳି ଏବଂ ଷ୍ଟାଫ କରୋନା ସଂକ୍ରମିତ ହେବା ଯୋଗୁ ଏହାକୁ ବନ୍ଦ କରିବା ନେଇ ବିଭନ୍ନ ମହଲରୁ ଦାବୀ ଆରମ୍ଭ ହୋଇଛି । ଯଦି ଏହା ବାତିଲ ହେଇଯାଏ ତାହାହେଲେ ବିସିସିଆଇର ଆନୁମାନିକ ୨୦୦୦ କୋଟି ଟଙ୍କା କ୍ଷତି ହେବ । ଏହା ବ୍ୟତୀତ ଟି୨୦ ବିଶ୍ୱକପ ଆୟୋଜନ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେବ । ତେବେ ଆଇପିଏଲ ଯୋଗୁ ବିିସିସିଆଇର ଅନେକ ଲାଭ ହେଉଛି ଏବଂ ଏହାର ଫାଇଦା ପରୋକ୍ଷରେ ଭାରତ ସରକାରଙ୍କର ମଧ୍ୟ ହେଉଛି । ବିସିସିଆଇ ୨୦୦୭ ପରଠାରୁ ୩୫୦୦ କୋଟି ଟଙ୍କା ଟ୍ୟାକ୍ସ ବାବଦକୁ ସରକାରଙ୍କୁ ଦେଇଛି । ବିସିସିଆଇ ଏହି ଲିଗ ମାଧ୍ୟମରେ ୪୦ ପ୍ରତିଶତ ରେଭିନ୍ୟୁ ଆୟ କରୁଛି ।
ବର୍ତମାନ ବିଶ୍ୱ କ୍ରିକେଟର ଇକୋନୋମି ୧୫ହଜାର କୋଟି ଟଙ୍କା ହେବ । ଏଥିରୁ କେବଳ ୩୩ ପ୍ରତିଶତ (୫ ହଜାର କୋଟି) ଆଇପିଏଲରୁ ଆସୁଛି । ଅନ୍ୟ ବୋର୍ଡ ମାନେ ମଧ୍ୟ ଆଇପିଏଲ ଆୟୋଜନ ନେଇ ପରୋକ୍ଷରେ ସାହାଯ୍ୟ କରୁଛନ୍ତି । ଯଦି ଆଇପିଏଲ ଠିକ୍ ଭାବେ ଆୟୋଜିତ ହୋଇଯାଏ ତାହାହେଲେ ୩ ହଜାର କୋଟିର ଲାଭ ହେବ । ଏହି ସବୁ ଦୃଷ୍ଟି କୋଣରୁ ବିଚାର କଲେ ଭାରତ ସରକାର, ବିସିସିଆଇ ଏବଂ ଆଇସିସି ଆଇପିଏଲ ବନ୍ଦ କରିବା ସପକ୍ଷରେ ନାହାନ୍ତି । ତେବେ ଦେଖାଯାଉ ଆଗକୁ କଣ ହେଉଛି ।
BREAKING NEWS
- ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ:ମୁଖ୍ୟମନ୍ତ୍ରୀ
- ନିଶା ବେପାରୀଙ୍କ ଉପରେ ପୋଲିସର ବଡ଼ ଆକ୍ସନ; ୪୦୩ ଗ୍ରାମ ବ୍ରାଉନ୍ ସୁଗାର ଜବତ; ଛଅ ଗିରଫ
- ‘MICE ଇନ୍ସେଣ୍ଟିଭ୍ ପୋର୍ଟାଲ୍’ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ;ନିବେଶ ଓ ଅନୁଭୂତିଭିତ୍ତିକ ଭ୍ରମଣକୁ ପ୍ରୋତ୍ସାହିତ କରିବ
- ମାତ୍ର ୫ଟି ବଞ୍ଚିଥିଲେ… , ଆଜି ୩୫୦ ହେବାରୁ ଏହି ଚଢ଼େଇ ଜିତିଲା ବାର୍ଡ ଅଫ୍ ଦି ଇୟର ଟାଇଟଲ
- ପୂର୍ବତନ ବିଧାୟକ ପ୍ରଣବଙ୍କ ଗାଡ଼ିକୁ ଟେକାମାଡ଼;ଦୃଢ କାର୍ଯ୍ୟାନୁଷ୍ଠାନ ଦାବି
- ଏସୀୟ କ୍ରୀଡ଼ା ୨୦୨୬:୨୪ ବର୍ଷ ପରେ ପୁରୁଷଙ୍କଠାରୁ ଆଗରେ ମହିଳା: ୪ଟି ଅଧିକ ସ୍ୱର୍ଣ୍ଣ ଜିତିଲେ, ହକିରେ ମିଳିଲା ଅଲମ୍ପିକ ଟିକେଟ୍
- ଏସୀୟ କ୍ରୀଡ଼ା ୨୦୨୬ ଶେଷ, ଉଦ୍ଯାପନୀ ସମାରୋହରେ ଜାତୀୟ ପତାକା ଉଡ଼ାଇଲେ ନୀରୁ ଢାଣ୍ଡା; କତାରକୁ ହସ୍ତାନ୍ତର ହେଲା ଓସିଏ ଫ୍ଲାଗ୍
- କୁକୁର କାମୁଡ଼ି ଏକ ବର୍ଷର ଶିଶୁକୁ କଲା ଲହୁଲୁହାଣ
- ରୋହିତ ଶର୍ମାଙ୍କୁ ସୁନୀଲ ଗାଭାସ୍କର ଦେଲେ ବଡ଼ ଟାର୍ଗେଟ
- ସେହ୍ୱାଗଙ୍କ ପୁଅଙ୍କୁ ପ୍ରଦାନ କରାଗଲା ଦିଲ୍ଲୀ ଟିମର ବଡ ଦାୟିତ୍ୱ

Comments are closed.