Latest Odisha News

BREAKING NEWS

କରୋନା ପଜିଟିଭ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ପ୍ରକାଶ ପାଦୁକୋନ

ବେଙ୍ଗାଲୁରୁ: କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପୂର୍ବତନ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନ ମଙ୍ଗଳବାର ଦିନ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ “ପ୍ରାୟ ୧୦ ଦିନ ପୂର୍ବରୁ ପ୍ରକାଶ, ତାଙ୍କ ପତ୍ନୀ ଏବଂ ଦ୍ୱିତୀୟ ଝିଅ କରୋନାର ଲକ୍ଷଣ ବିକଶିତ ହେବା ପରେ ‌ସେମାନେ କୋଭିଡ୍‌ ପରୀକ୍ଷା କରାଇଥିଲେ ଏବଂ ସେମାନଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା।

ସୂଚନା ଅନୁଯାୟୀ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ସେ ୨ରୁ ୩ ଦିନ ମଧ୍ୟରେ ହସ୍ପଟାଲ୍‌ରୁ ଡିସଚାର୍ଜ ହେବେ।

୧୯୮୦ ମସିହାରେ ସମ୍ମାନଜନକ ଅଲ୍ ଇଂଲଣ୍ଡ ଚାମ୍ପିଅନସିପ୍ ଟାଇଟଲ୍ ଜିତିବାରେ ପ୍ରଥମ ଭାରତୀୟ ଥିଲେ ପ୍ରକାଶ ପାଦୁକୋନ। ସେ ପ୍ରଥମ ଡୋଜ୍‌ ଟିକା ମଧ୍ୟ ନେଇଛନ୍ତି।

Comments are closed.