Latest Odisha News

BREAKING NEWS

ରାଜଧାନୀରେ ପୁଣି ବାଘ ଆତଙ୍କ

ଭୁବନେଶ୍ୱର: ରାଜଧାନୀର ପଳାଶପଲ୍ଲୀ ଅଞ୍ଚଳରୁ ଏକ କଲରାପତରିଆ ବାଘକୁ ଧରି ବନ ବିଭାଗ ଚନ୍ଦକା ଅଭୟାରଣ୍ୟରେ ଛାଡ଼ିବାର ୨ ଦିନ ନ’ପୂରୁଣୁ ପୁଣି ରାଜଧାନୀରେ ବାଘ ଆତଙ୍କ ଦେଖାଦେଇଛି । ଭୁବନେଶ୍ୱରର ଉପକଣ୍ଠସ୍ଥ ରଙ୍ଗମାଟିଆର ତଳସାହି ଅଞ୍ଚଳରେ ବାଘଟି ବୁଲୁଥିବାର ଗୁରୁବାର ରାତିରେ ସ୍ଥାନୀୟ ଲୋକେ ଦେଖିଥିବାର କହିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଗୁରୁବାର ଦିନ ରାତିରେ ତଳସାହି ଅଞ୍ଚଳର ସ୍ଥାନୀୟ ବାସିନ୍ଦା ଏକ କଲରାପତରିଆ ବାଘ ବୁଲୁଥିବାର ଦେଖି ବନ ବିଭାଗକୁ ତୁରନ୍ତ ଜଣାଇଥିଲେ ।

ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଚନ୍ଦକା ଅଭୟାରଣ୍ୟ ଓ ନନ୍ଦନକାନର ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ ତୁରନ୍ତ ରଙ୍ଗମାଟିଆରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଟିମ୍ ପ୍ରଥମେ ବାଘର ପଞ୍ଝା ଦାଗ ରାସ୍ତା ଓ ବୁଦାଥିବା ଅଞ୍ଚଳ ମାନଙ୍କରେ ଯାଞ୍ଚ କରି ବାଘର ଉପସ୍ଥିତିକୁ ପରୀକ୍ଷା କରୁଛନ୍ତି ।

ତେବେ ଚନ୍ଦକା ଅଭୟାରଣ୍ୟରୁ ଏକ କଲରାପତରିଆ ବାଘ କୌଣସି ପ୍ରକାରରେ ରଙ୍ଗମାଟିଆର ଜନବସତି ଅଞ୍ଚଳକୁ ଚାଲି ଆସିଥିବା ଅନୁମାନ କରୁଛନ୍ତି ବନ ବିଭାଗ କର୍ତ୍ତୃପକ୍ଷ ।

Leave A Reply

Your email address will not be published.