Latest Odisha News

BREAKING NEWS

ପୁରୀ: ଡଙ୍ଗାରେ ବିପଦପୂର୍ଣ୍ଣ ନଦୀ ପାର ହେଲେ ୪୦ ମ୍ୟାଟ୍ରିକ୍ ପରିକ୍ଷାର୍ଥୀ

ପୁରୀ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ତାଳଦା ନିକଟରେ ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ଡଙ୍ଗାରେ ନଦୀ ପାର ହୋଇ ମ୍ୟାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିବା ଦେଖିବାକୁ ମିଳିଛି।

ଏଥିସହିତ ଉକ୍ତ ଡଙ୍ଗାରେ ଛାତ୍ରଛାତ୍ରୀମାନେ ବିନା ଲାଇଫ୍ ଜ୍ୟାକେଟରେ ନଦୀ ପାର ହେଉଥିବା ଦେଖିବାକୁ ମିଳିଛି। ଆହୁରି ମଧ୍ୟ ସେହି ଡଙ୍ଗାରେ ଏକ ଗାଡି ମଧ୍ୟ ରହିଥିଲା ବୋଲି ସୁତ୍ରରୁ ପ୍ରକାଶ ।

ମିଳିଥିବା ସୂଚନାନୁଯାୟୀ ଛାତ୍ରଛାତ୍ରୀ ମାନଙ୍କର ମ୍ୟାଟ୍ରିକ୍ ପରିକ୍ଷା କେନ୍ଦ୍ର ଅସ୍ତରଙ୍ଗ ସୁନ୍ଦର ଗ୍ରାମରେ ଥିବା ସୁରେନ୍ଦ୍ରନାଥ ବିଦ୍ୟାପୀଠରେ ପଡିଥିଲା। ନଦୀ ପାର ହେଉଥିବା ସମସ୍ତ ଛାତ୍ରଛାତ୍ରୀ ଏଡବାଂଶ ଗ୍ରାମ ନିକଟସ୍ଥ ପଢିଆରୀ ବିଦ୍ୟାପୀଠରେ ପଢୁଥିବା ଜଣାପଡିଛି ।

ଏଡବାଂଶ ଗ୍ରାମଠୁ ସୁନ୍ଦର ଗ୍ରାମର ଦୂରତା ୧୦ କିଲୋମିଟର ହୋଇଥିବା ବେଳେ ଏହି ୨ ଗ୍ରାମ ମଧ୍ୟରେ ରାସ୍ତା ନଥିବାରୁ ଛାତ୍ରଛାତ୍ରୀମାନେ ବିପଦ ସଙ୍କୁଳ ଅବସ୍ଥାରେ ଡଙ୍ଗାରେ ନଦୀରେ ପାର ହୋଇଥିଲେ ।

ଉଲ୍ଲେଖଯୋଗ୍ୟ ଏହି ନଦୀ ଉପରେ ଗତ ୨୦୧୪ ମସିହାରେ ବିଜୁ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସେତୁର ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ। ତେବେ ଏଯାବତ୍ ଏହି ବ୍ରିଜର ନିର୍ମାଣ କାମ ସମାପ୍ତ ହୋଇନଥିବା ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.