Latest Odisha News

BREAKING NEWS

ଆନ୍ତଃରାଜ୍ୟ ପୋଲିସ ସମନ୍ୱୟ ବୈଠକରେ ସାମିଲ ହେଲେ ୬ଟି ରାଜ୍ୟର ପୋଲିସ

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଶୁକ୍ରବାର ଦିନ ଛଅଟି ରାଜ୍ୟର ବରିଷ୍ଠ ପୋଲିସ ପ୍ରତିନିଧିମାନଙ୍କୁ ନେଇ ଆନ୍ତଃରାଜ୍ୟ ପୋଲିସ ସମନ୍ୱୟ ବୈଠକ ଆରମ୍ଭ ହୋଇଛି ।

ମିଳିଥିବା ସୂଚନାନୁଯାୟୀ ଏହି ବୈଠକରେ ଓଡିଶା ସମେତ ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗର ବରିଷ୍ଠ ପୋଲିସ ଅଧିକାରୀମାନେ ଯୋଗ ଦେଇଛନ୍ତି । ପୋଲିସ ମହାନିର୍ଦ୍ଦେଶକ(ଡିଜି) କ୍ୟାମ୍ପ ଅଫିସରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏହି ବୈଠକରେ ମାଓବାଦୀ ହିଂସାକାଣ୍ଡ ଓ ନିର୍ବାଚନୀ ହିଂସା ଆଦି ଉପରେ ରୋକ ଲଗାଇବା ସମ୍ପର୍କରେ ଅଧିକାରୀମାନେ ଆଲୋଚନା କରିବେ ।

ଏହି ବୈଠକରେ ଓଡିଶା ଡିଜିପି ଆର୍ ପି ଶର୍ମା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅସିତ ତ୍ରୀପାଠି, ସିଆରପିଏଫ୍ ଆଇଜିପି(ଓଡିଶା), ବିଏସଏଫ୍ ଆଇଜିପି(ଓଡିଶା) ଏକେ ସିଂହ ଏବଂ ଇଣ୍ଟେଲିଜେନ୍ସ ଡିଆଇଜିପି ଅମରେଶ ମିଶ୍ର ପ୍ରମୁଖ ସାମିଲ ରହିଛନ୍ତି ।

Leave A Reply

Your email address will not be published.