Latest Odisha News

BREAKING NEWS

ରୁଷିଆର ଏକ ସ୍କୁଲରେ ଗୁଳିକାଣ୍ଡ: ୧୩ ମୃତ, ପୋଲିସ ଗୁଳିରେ ଟଳିଲେ ୨ ଆତଙ୍କୀ

କାଜାନ: ରୁଷର କାଜାନ ସହରର ଏକ ସ୍କୁଲରେ କେତେକ ଆତତାୟୀ ପ୍ରବେଶ କରି ଗୁଳି ଚାଳନା କରିବା ଫଳରେ ୧୩ ଜଣ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୮ଜଣ ଛାତ୍ର ଓ ଜଣେ ଶିକ୍ଷକ ମଧ୍ୟ ଅଛନ୍ତି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଆତତାୟୀ ଗୁଳି ଚାଳନା କରିବା ବେଳେ ଭୟରେ ୨ଜଣ ଛାତ୍ର ତୃତୀୟ ମହଲାରୁ ତଳକୁ ଡେଇଁ ପଡିଥିଲେ । ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା । ୪ର୍ଥ ମହଲାରେ ଜଣେ ଆତତାୟୀ କେତେଜଣଙ୍କୁ ବନ୍ଧକ ରଖିଛି ।

ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ୨ଜଣ ଆତତାୟୀ ମୃତ୍ୟୁ ବରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୧୯ ବର୍ଷୀୟ ଯୁବକ ରହିଛି । ୧୭ ବର୍ଷୀୟ ଏକ ଯୁବକକୁ ଅଟକ ରଖାଯାଇଛି । ପୋଲିସ ଘଟଣାର ଜୋରସୋରରେ ତଦନ୍ତ କରିବା ସହ ବନ୍ଧକମାନଙ୍କୁ ମୁକୁଳାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି ।

Leave A Reply

Your email address will not be published.