Latest Odisha News

BREAKING NEWS

ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏସ୍‌ଓପି ଜାରି

ଦିଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏସ୍‌ଓପି ଜାରି ହୋଇଛି । ଦିଲ୍ଲୀ ଓ ଗୋଆ ସରକାରଙ୍କ ପକ୍ଷରୁ ଏହି ଏସଓପି ଜାରି କରାଯାଇଛି । ଦେଶର ଯେ କୌଣସି ସ୍ଥାନରୁ ଗୋଆ ଯାଉଥିବା ଯାତ୍ରୀଙ୍କ ପାଇଁ ଉଭୟ ସରକାର ଏହି ନିୟମ କରିଛନ୍ତି । ଯାତ୍ରୀ ମାନେ ଗୋଆରେ ପ୍ରବେଶ କରିବାର ୭୨ଘଣ୍ଟା ମଧ୍ୟରେ ଆର୍‌ଟି-ପିସିଆର୍ ନେଗେଟିଭ୍ ରିପୋର୍ଟ କି ଦୁଇ ଡୋଜ୍ କୋଭିଡ ଟିକା ନେଇଥିବା ପ୍ରମାଣପତ୍ର ଦର୍ଶାଇବା ଜରୁରୀ ହୋଇପଡିଛି । ସେହିଭଳି କାମ ପାଇଁ ଗୋଆରେ ପ୍ରବେଶ କରୁଥିବା ବ୍ୟକ୍ତି କାର୍ଯ୍ୟ ପ୍ରମାଣ ପତ୍ର କିମ୍ବା ନିଯୁକ୍ତି ଦାତାଙ୍କଠାରୁ ମିଳିଥିବା ଚିଠି ଦେଖାଇ ପାରିବ । ମେଡିକାଲ ସେବା ଭଳି ଜରୁରୀକାଳୀନ କାମରେ ନିୟୋଜିତ ହୋଇଥିବା ବ୍ୟକ୍ତିଙ୍କୁ ଏଥିରୁ ବାଦ୍ ଦିଆଯିବ ।

ସେହିଭଳି ଦିଲ୍ଲୀ ଯାଉଥିବା ଟ୍ରେନ୍ ଗୁଡିକର ଯାତ୍ରୀଙ୍କୁ ସରକାରୀ କ୍ୱାରେଣ୍ଟାଇନ କିମ୍ବା ଦେୟ ଯୁକ୍ତ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି । ୧୪ ଦିନ ଯାଏ କ୍ୱାରେଣ୍ଟାଇନରେ ରହିବାକୁ ବାଧ୍ୟ କରାଯାଇଛି । କୌଣସି ପ୍ରକାର ପ୍ରମାଣ ପତ୍ର ଦେଖାଇନପାରିବା ବ୍ୟକ୍ତିଙ୍କୁ ଗାଇଡଲାଇନ୍ ଅନୁସାରେ ୭ଦିନ ସରକାରୀ କୋଭିଡ଼ କେନ୍ଦ୍ରରେ ରଖାଯିବବୋଲି ଜଣାଇ ଦିଆଯାଇଛି ।

Leave A Reply

Your email address will not be published.