Latest Odisha News

BREAKING NEWS

‘କରୋନାର ବି ବଞ୍ଚିବାର ଅଧିକାର ଅଛି’: ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ

ଡେରାଡୁନ୍: କରୋନାଭାଇରସ୍ ଏକ ଜୀବ, ଯାହାର ବଞ୍ଚିବାର ଅଧିକାର ରହିଛି ବୋଲି ଗୁରୁବାର କହିଛନ୍ତି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ।

ଏନେଇ ସେ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲକୁ କହିଛନ୍ତି ଯେ କରୋନାଭାଇରସ୍ ଏକ ଜୀବ। ତାହାର ଅନ୍ୟମାନଙ୍କ ପରି ବଞ୍ଚିବାର ଅଧିକାର ଅଛି। କିନ୍ତୁ ମଣିଷ ନିଜକୁ ସବୁଠାରୁ ବୁଦ୍ଧିମାନ ବୋଲି ଭାବିବା ସହ ଏହାକୁ ହଟାଇବା ପାଇଁ ଲାଗି ପଡିଛି। ଯେଉଁଥିପାଇଁ ଭାଇରସ୍ କ୍ରମାଗତ ଭାବରେ ମ୍ୟୁଟାଣ୍ଟ ବଦଳାଉଛି।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନ ପରେ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଥିବା ନଜର ଆସୁଛି।

Comments are closed.