Latest Odisha News

BREAKING NEWS

ଫେରିଲା ଖୁସିର ଦିନ, ଟିକା ନେଇଥିବା ଲୋକଙ୍କୁ ଆଉ ପିନ୍ଧିବାକୁ ପଡ଼ିବନି ମାସ୍କ

ୱାଶିଂଟନ୍: କରୋନା ଟିକା ନେଇଥିଲେ ଆଉ ଆବଶ୍ୟକ ନାହିଁ ମାସ୍କ । ପୂର୍ବଭଳି ବିନା ମାସ୍କରେ ବାହାରକୁ ଯାଇ ପାରିବେ, କାମ ବି କରି ପାରିବେ । ଟିକା ନେଇଥିବା ଲୋକ ଏବେ ଅନ୍ୟ ଜଣଙ୍କୁ ଭେଟି ମଧ୍ୟ ପାରିବ । ଆମେରିକାର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନସନ୍ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।

ସିଡିସିର ଏହି ଘୋଷଣା ପରେ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି- ଏହା ଆମେରିକା ପାଇଁ ଭଲ ଦିନ । ରୋଜ୍ ଗାର୍ଡେନରେ ବାଇଡେନ୍ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେଠାରେ ରାଷ୍ଟ୍ରପତି ଓ ତାଙ୍କ କର୍ମଚାରୀଙ୍କ ମଧ୍ୟ ବିନା ମାସ୍କରେ ଦେଖିବାକୁ ମିଳିଛି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଯଦି ଆପଣ ସମ୍ପୂର୍ଣ୍ଣ ଭାବେ କରୋନା ଟିକା ନେଇ ସାରିଛନ୍ତି ତ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ । ନୂଆ ନିୟମ ଅନୁସାରେ, ଭ୍ୟାକ୍ସିନ୍ ନେଇଥିବା ଆମେରିକୀୟ ମାସ୍କ ପିନ୍ଧିବେ ନାହିଁ । ଯେଉଁମାନେ ଭ୍ୟାକ୍ସିନ୍ ନନେବେ ସେମାନଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ ।

ବସ୍, ବିମାନ, ହସ୍ପିଟାଲ୍, କାରାଗାର, ସେଲ୍ଟରରେ ମାସ୍କ ପିନ୍ଧିବାକୁ ଗାଇଡଲାଇନରେ କୁହାଯାଇଛି । ଭ୍ୟାକ୍ସିନ୍ ନେଇଥିବା ଲୋକ ଏଣିକି ସାମାଜିକ ଦୂରତା ରକ୍ଷା କରିବା ଆବଶ୍ୟକ ନାହିଁ ।

Leave A Reply

Your email address will not be published.