ନୂଆଦିଲ୍ଲୀ: ଦେଶରେ ଗତକାଲି ଅପେକ୍ଷା ଆଜି ସାମାନ୍ୟ ଖସିଛି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୨୬ହଜାର ୯୮ ନୂଆ ଆକ୍ରାନ୍ତ । ଏଗତକାଲି ଏହି ସଂଖ୍ୟା ଥିଲା ୩ଲକ୍ଷ ୪୩ହଜାର ୧୪୪ । ସେହିପରି ଚାରି ହଜାର ତଳକୁ ଖସିଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ କରୋନା ନେଇଛି ଆଉ ୩ହଜାର ୮୯୦ ଜୀବନ । ଗତକାଲି ୪୦୦୦ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ।
ଦୈନିକ ଆକ୍ରାନ୍ତ କମ୍, ସୁସ୍ଥ ଅଧିକ
ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୨କୋଟି ୪୩ଲକ୍ଷ ୭୨ହଜାର ୯୦୭ । ମୃତ୍ୟୁସଂଖ୍ୟା ୨ଲକ୍ଷ ୬୬ହଜାର ୨୦୭କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ଅପେକ୍ଷା ଅଧିକ ସୁସ୍ଥ ହୋଇଛନ୍ତି । ଦିନକରେ ୩ଲକ୍ଷ ୫୩ହଜାର ୨୯୯ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏବେ ଦେଶେର ୩୬ଲକ୍ଷ ୭୩ହଜାର ୮୦୨ ଆକ୍ଟିଭ୍ କେସ୍ ରହିଛି ।
ଗତକାଲି ଅପେକ୍ଷା କମିଛି ଟେଷ୍ଟିଂ
ତକାଲି ଅପେକ୍ଷା ଆଜି ଟେଷ୍ଟିଂ କମିଛି । ସେହି ଅନୁସାରେ ସଂକ୍ରମିତଙ୍କ ସଂଖ୍ୟା ବି ହ୍ରାସ ପାଇଛି । ଗତକାଲି ଦେଶରେ ୧୮ଲକ୍ଷ ୭୫ହଜାର ୫୧୫ କୋଭିଡ୍ ଟେଷ୍ଟ ହୋଇଥିଲା । ଆଜି ୧୬ଲକ୍ଷ ୯୩ହଜାର ୯୩ ନମୁନା ପରୀକ୍ଷା ହୋଇଛି । ଦେଶରେ ମୋଟ୍ ଦୈନିକ ସଂକ୍ରମିତଙ୍କ ୭୨ ପ୍ରତିଶତ କେବଳ ୧୦ଟି ରାଜ୍ୟରୁ ଚିହ୍ନଟ ହେଉଛନ୍ତି । ସେହିପରି ୧୦ଟି ରାଜ୍ୟରେ କେବଳ ୭୩ପ୍ରତିଶତ ଦୈନିକ ମୃତ୍ୟୁସଂଖ୍ୟା ରହିଛି ।
BREAKING NEWS
- ଜାମ୍ମୁ-କାଶ୍ମୀରର କଠୁଆରେ ବଡ଼ ଅଘଟଣ :ଯବାନଙ୍କ ଗୁଳିଚାଳନାରେ ୪ ସହକର୍ମୀ ମୃତ
- ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପୂର୍ବତନ ଆରଟିଓ ଦୋଷୀ ସାବ୍ୟସ୍ତ
- ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମର ଶିଳ୍ପାଞ୍ଚଳ ଟାଉନସିପ୍କୁ ମିଳିଲା ‘ଏମ.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର ୨୦୨୬’
- ବାୟୋ ଗ୍ୟାସ୍ ପ୍ରକଳ୍ପ: ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ, ସୃଷ୍ଟି ହେବ ୧୦୬୬୧ଟି ନିଯୁକ୍ତି ସୁଯୋଗ
- ଆସନ୍ତାକାଲି ଓଡ଼ିଶା ବନ୍ଦ; ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ସତର୍କ ସୂଚନା
- ଟିପିଏସ୍ଓଡିଏଲ୍ ତରଫରୁ ଗଜପତି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ
- ଶେଷ ହୋଇନାହିଁ ଜାଡେଜାଙ୍କ ୨୦୨୭ ବିଶ୍ୱକପ୍ ଖେଳିବା ଆଶା
- ପାର୍ବଣରେ ଗ୍ରାହକଙ୍କୁ ଝଟ୍କା ଦେଇପାରେ ଆରବିଆଇ: ମହଙ୍ଗା ହୋଇପାରେ ଘର ଓ ଗାଡ଼ି ଋଣ
- ‘ଭୁଲ୍ ଭୁଲୈୟା ୩’ ପରେ ଏବେ ତାମିଲ ସିନେମା: ବିଦ୍ୟା ବାଲନ୍ ଦେଲେ ନୂଆ ଫିଲ୍ମର ସୁଟିଂ ହିଣ୍ଟ
- ଅକ୍ଟୋବର ୨ରେ ବୁଧ-ମଙ୍ଗଳଙ୍କ ବିରଳ ‘କେନ୍ଦ୍ର ଦୃଷ୍ଟି ଯୋଗ’: ଏହି ୪ଟି ରାଶିର ଖୋଲିବ ଭାଗ୍ୟ

Comments are closed.