Latest Odisha News

BREAKING NEWS

ଗୁଜରାଟ ମୁହାଁ ବାତ୍ୟା ତାଉ’ତେ: ଆଜି ନେବ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ତାଉ’ତେ ଘନୀଭୂତ ହେଉଛି । ଆଜି ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ସାଇକ୍ଲୋନିକ୍ ଷ୍ଟର୍ମ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଆସନ୍ତାକାଲି ସକାଳ ସାଢ଼େ ୧୧ଟା ବେଳକୁ ଏହା ଭେରି ଅତି ତୀବ୍ର ସାମୁଦ୍ରିକା ଝଡ଼ (ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ) ରୂପ ଧାରଣ କରିବ । ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଏହାପରେ ବାତ୍ୟା ଦକ୍ଷିଣ ଦକ୍ଷି-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୮ ତାରିଖ ସକାଳ ବେଳକୁ ବାତ୍ୟା ଗୁଜରାଟ ଉପକୂଳ ପହଞ୍ଚିବା ସମ୍ଭାବନା ରହିଛି । ୧୭ ଓ ୧୮ ତାରିଖରେ ଗୁଜରାଟ ଉପକୂଳରେ ପ୍ରବଳ ବର୍ଷା ପବନ ହେବ । ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ଧାରଣ କରି ଗୁଜରାଟ ଉପକୂଳ ଅତିକ୍ରମ ବେଳେ ପବନରେ ବେଗ ଘଣ୍ଟାପ୍ରତି ୧୫୦-୧୬୦ କିଲୋମିଟର ରହିପାରେ ।

ଏହାର ପ୍ରଭାବ ଆରବ ସାଗର ଉପକୂଳବର୍ତ୍ତୀ ରାଜ୍ୟରେ ଦେଖିବାକୁ ମିଳିଛି । କୋଙ୍କଣ ଓ ଗୋଆରେ ଆରମ୍ଭ ହୋଇଛି ବର୍ଷା ପବନ । ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷିବ । ବିଭିନ୍ନ ସ୍ଥାନରେ ଅଶାନ୍ତ ସମୁଦ୍ର କୂଳ ଲଂଘିଲାଣି । ବଡ଼ ବଡ଼ ଜୁଆର ଉଠୁଛି । କେରଳ, କର୍ଣ୍ଣାଟକ, ତାମିଲନାଡୁରେ ବର୍ଷା ହେବ । ଏସବୁ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅଶାନ୍ତ ରହିବ ସମୁଦ୍ର । ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

Leave A Reply

Your email address will not be published.