Latest Odisha News

କରୋନା ସଂକ୍ରମିତଙ୍କ ମନୋବଳ ବଢ଼ାଇଲେ ମହିଳା ଓଏଏସ ଅଧିକାରୀ

କୋରାପୁଟ : କୋରାପୁଟରେ ବଢୁଛି କରୋନା ସଂକ୍ରମଣ । ମାମଲା ବଢୁଥିବାରୁ କିଭଳି ଏହାକୁ ନିୟନ୍ତ୍ରଣ କରାଯିବ, ସେଥିପାଇଁ ପଦକ୍ଷେପ ନେଇଛି ପ୍ରଶାସନ । ୧୪ ବ୍ଲକ ଓ ୪ ସହରର ସ୍ଥିତି ଅନୁଧ୍ୟାନ ପାଇଁ ୧୮ ଜଣ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ବ ଦେଇଛନ୍ତି ଜିଲ୍ଲାପାଳ । ଏଭଳିସ୍ଥିତିରେ ବୈପାରିଗୁଡା ବ୍ଲକ ଗସ୍ତ କରି କ୍ଲଷ୍ଟର ଟିଏମସି ପରିଦର୍ଶନ କରିଛନ୍ତି ନୋଡାଲ ଅଫିସର ତଥା ଓଏଏସ ଅଧିକାରୀ ଅର୍ଚ୍ଚନା ଦାଶ ।

ପିପିଇ କିଟ୍ ପିନ୍ଧି ଟିଏମସିରେ ଥିବା କରୋନା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ନୋଡାଲ ଅଧିକାରୀ । ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ମିଳୁଛି ନା ନାହିଁ ସେ ସମ୍ପର୍କରେ ପଚାରି ବୁଝିଛନ୍ତି । ସେହିପରି କରୋନା କବଳରୁ ନିଜେ କିଭଳି ସୁସ୍ଥ ଓ ସୁରକ୍ଷିତ ରହିବେ, ସେ ସମ୍ପର୍କରେ ବୁଝାଇଛନ୍ତି । ଯବାନ, ଗର୍ଭବତୀ ମହିଳାଙ୍କ ସହ ଆଲୋଚନା କରି ସେମାନଙ୍କ ମନୋବଳ ବଢ଼ାଇଛନ୍ତି ଓଏଏସ ଅଧିକାରୀ ଅର୍ଚ୍ଚନା ଦାଶ ।

କୋରାପୁଟ ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ରୂପ ନେଉଛି । ପ୍ରବାସୀଙ୍କୁ କ୍ଲଷ୍ଟର ଟିଏମସିରେ ରଖିବାର ବ୍ୟବସ୍ଥା କରାଯାଇଛି । ସେହିପରି ଯେଉଁମାନେ ହୋମ ଆଇସୋଲସନ ରହୁଛନ୍ତି, ତାର ପରିଚାଳନା କରାଯାଉଛି ।

Comments are closed.