ପୁରୀ : ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେଲା ପୁରୀ ସ୍ବର୍ଗଦ୍ବାର । ନବୀକରଣ ପରେ ଏହି ନୂଆ ସ୍ବର୍ଗଦ୍ବାରକୁ ଲୋକାର୍ପିତ କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଏହି ନୂଆ ସ୍ବର୍ଗଦ୍ବାରକୁ ଲୋକାର୍ପଣ କରିଛନ୍ତି । ପ୍ରାୟ ୬ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ସ୍ବର୍ଗଦ୍ବାର ଓ ଏହାର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟକରଣ । ସ୍ବର୍ଗଦ୍ବାରର ଶବଦାହ କେନ୍ଦ୍ରକୁ ସମ୍ପୂର୍ଣ୍ଣ ଆଧୁନିକ ଶୈଳୀରେ ନିର୍ମାଣ କରାଯାଇଛି ।
ନୂଆ ସ୍ବର୍ଗଦ୍ବାରରେ ୨୮ଟି ଶବଦାହ ପିଣ୍ଡି ରହିଛି । ଏଠାରେ ଏକକାଳୀନ ୨୮ଟି ଶବଦାହ କରାଯାଇପାରିବ । ଉପଯୁକ୍ତ ପରିବେଶ ପାଇଁ ଶବଦାହ କେନ୍ଦ୍ରର ଚତୁପାର୍ଶ୍ବକୁ ଗ୍ରୀନେରୀ କରାଯାଇଛି । ମୃତଦେହ ଦାହ ସମୟରେ ପରିବେଶ ସନ୍ତୁଳନ ପାଇଁ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା । ତେଲେଙ୍ଗାନା ମହାପ୍ରସ୍ଥାନମ ଢାଞ୍ଚାରେ ନିର୍ମାଣ କରାଯାଇଛି ସ୍ବର୍ଗଦ୍ବାର । ଲୋକାର୍ପଣ ସମୟରେ ଅତିରିକ୍ତ ଜିଲ୍ଲାପାଳ ବିନୟ ଦାସ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ।
Comments are closed.