ଗ୍ରାମାଞ୍ଚଳ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ୍
ନୂଆଦିଲ୍ଲୀ : ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ୍ ଜାରି କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଦେଶରେ ମହାମାରୀ ସାଂଘାତିକ ରୂପ ନେଉଥିବା ବେଳେ, ଏବେ ସଂକ୍ରମଣ ଗ୍ରାମାଞ୍ଚଳକୁ ବ୍ୟାପଲାଣି । ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରେ କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏହାର ପରିଚାଳନା ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡିବାକୁ ନୂଆ ଏସଓପି ଜାରି କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।
ସେହିପରି ଗ୍ରାମାଞ୍ଚ, ସହରାଞ୍ଚଳରେ କଣ୍ଟେନମେଣ୍ଟ ଉପରେ ଗୁରୁତ୍ବ ଦିଆଯାଇଛି । କରୋନା ସ୍ଥିତି ତଦାରଖ କରିବା ସହ ହୋମ୍ ଆଇସୋଲେସନ ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି । ଟେଷ୍ଟିଂ ଉପରେ ଅଧିକ ଫୋକସ ଓ ଗ୍ରାମାଞ୍ଚଳରେ ଅକ୍ସିଜେନ୍ ଯୋଗାଣ ଉପରେ ମଧ୍ୟ ଗୁରୁତ୍ବ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଯଦି କୌଣସି ବ୍ୟକ୍ତିଙ୍କ ଠାରେ ରୋଗର ଲକ୍ଷଣ ଦେଖାଦିଏ, ତେବେ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଟେଲିକନସଲଟିଂ କରିବାକୁ ପରାମର୍ଶ ଦିଆଯାଇଛି।
Comments are closed.