Latest Odisha News

BREAKING NEWS

ଧିରେ ଧିରେ ଦୁନିଆ ଅନଲକ ହେଉଛି, ଭାରତ ପଛରେ ପଡିଯାଇଛି

ନୂଆଦିଲ୍ଲୀ: ଭାରତ ଏବେ କରୋନା ମହାମାରୀ କବଳରୁ ମୁକୁଳିବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛି । ବୋଧହୁଏ ଏଥିପାଇଁ ଆଉ କିଛି ଦିନ ଲାଗିଯିବ । ଅପରପକ୍ଷରେ ୟୁରୋପରେ ତାଣ୍ଡବ ରଚିଥିବା କରୋନା କିନ୍ତୁ ଚୁପଚାପ ହୋଇଗଲାଣି । ଧିରେ ଧିରେ ଦୁନିଆ ଅନଲକ ହେଉଥିବା ବେଳେ ଭାରତ କିନ୍ତୁ ପଛରେ ପଡିଯାଇଛି । ମେ୧୭ରୁ ବ୍ରିଟେନରେ ସମ୍ପୂର୍ଣ୍ଣ ଅନଲକ କରାଯିବା ପାଇଁ ଯୋଜନା ଚାଲିଛି । ଇଟାଲୀ, ଫ୍ରାନ୍ସ, ସ୍ପେନରେ ହୋଟେଲ, ରେଷ୍ଟୁରାଂଟ, ପବ, ସମୂଦ୍ରକୂଳ, ମ୍ୟୁଜିୟମ ଓ ସିନେମା ହଲ ଖୋଲା ସରିଲାଣି ।

୧୯ ମେ ପରଠାରୁ ଫ୍ରାନ୍ସରେ ମଧ୍ୟ ଅନେକ କଟକଣା ଉଠାଇ ଦିଆଯିବ । ସେହିପରି ଅଷ୍ଟ୍ରିଆ, ଡେନମାର୍କ ଏବଂ ୟୁରୋପର ପାଖାପାଖି ୨୦ ଦେଶ ଅନଲକ ହେବାକୁ ଯାଉଛି । ଟୀକାକରଣ ମାତ୍ରା ବୃଦ୍ଧି କରାଯିବ ଫଳରେ ଏହି ଦେଶଗୁଡିକରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି । ସେଥିପାଇଁ ସେମାନେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.