Latest Odisha News

ଜୁନ୍ ୧୫ ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ମନା

ପୁରୀ : ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଅବଧି ବଢ଼ାଇଛି ଶ୍ରୀମନ୍ଦିର ପ୍ରଶାସନ । ପୂର୍ବରୁ କେବଳ ଶନିବାର ଓ ରବିବାର ଭକ୍ତଙ୍କ ଦର୍ଶନକୁ ବାରଣ କରାଯାଇଥିଲା । କିନ୍ତୁ କରୋନା ପାଇଁ ମେ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କଟକଣା ଜାରି କରାଯାଇଥିଲା । ଏବେ ଏହି କଟକଣାକୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।

କୋଭିଡ ସ୍ଥିତିକୁ ନେଇ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବବା ସହ ସୀମିତ ସେବାୟତଙ୍କୁ ନେଇ ଶ୍ରୀମନ୍ଦିରର ନୀତିକାନ୍ତି ଜାରି ରହିବ । ରାଜ୍ୟରେ ସଂକ୍ରଣ ବୃଦ୍ଧି ପାଉଥିବାରୁ ସମସ୍ତ ଧାର୍ମିକ ଅନୁଷ୍ଠାନକୁ ବନ୍ଦ କରାଯାଇଛି । ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯାଇଥିବା ବେଳେ, କେବଳ ସୀମିତ ସଂଖ୍ୟକ ପୂଜକକୁ ନେଇ ନୀତିକାନ୍ତି ଚାଲିବ ।

Comments are closed.