Latest Odisha News

BREAKING NEWS

ଆଜି ଓଡ଼ିଶାରୁ କରୋନା ନେଲା ୨୨ ଜୀବନ, ୬ଟି ଜିଲ୍ଲାରେ ଅଧିକ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଚାରେ ଆଉ ୨୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଆଜି ୬ଟି ଜିଲ୍ଲାରେ ଅଧିକ ରହିଛି ମୃତ୍ୟୁସଂଖ୍ୟା । ସେସବୁ ଜିଲ୍ଲାରୁ ୩ ଜଣ ଲେଖାଏ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଏହି ଜିଲ୍ଲାଗୁଡ଼ିକ ହେଲା ବୌଦ୍ଧ, ଖୋର୍ଦ୍ଧା, କୋରାପୁଟ, ନୂଆପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ ।

ଅନୁଗୋଳ ଜିଲ୍ଲାରୁ କରୋନା ନେଇଛି ଆଉ ୨ ଜଣ ସଂକ୍ରମିତଙ୍କ ଜୀବନ । ପୁରୀ ଓ ଗଜପତି ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୩ଶହ ୩୫କୁ ବୃଦ୍ଧି ପାଇଛି । ରାଜ୍ୟରେ ମୃତ୍ୟୁହାର ରହିଛି ୦.୩୭ ପ୍ରତିଶତ ।

Leave A Reply

Your email address will not be published.