Latest Odisha News

BREAKING NEWS

ଭୁବନେଶ୍ୱରରେ ବରିଷ୍ଠ ନାଗରିକଙ୍କ ପାଇଁ ଆଜିଠୁ ଟେଷ୍ଟିଂ ଓ ଟିକାକରଣ ନେଇ ବିଏମସିର ନୂଆ ବ୍ୟବସ୍ଥା

ଭୁବନେଶ୍ୱର: କରୋନା ଟେଷ୍ଟ ଓ ଟିକାକରଣ ନେଇ ରାଜଧାନୀରେ ଆଜିଠୁ ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହେଉଛି ସ୍ୱତନ୍ତ୍ର ବ୍ୟବସ୍ଥା । ବିଏମସି ପକ୍ଷରୁ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯେଉଁମାନେ ଘରେ ଏକୁଟିଆ ରହୁଥିବେ ଓ ବାହାରକୁ ଏକାକୀ ଆସିବାରେ ସକ୍ଷମ ନୁହନ୍ତି ସେମାନେ କୋଭିଡ୍ ଟେଷ୍ଟିଂ ପାଇଁ ୧୯୨୯ ନମ୍ବରରୁ ଫୋନ୍ କରିପାରିବେ । ନାଁ, ଠିକଣା ସହ ସମ୍ପୂର୍ଣ୍ଣ ତଥ୍ୟ ଦେବେ । ବୁକିଂ ପରଦିନ ବିଏମସିର ମୋବାଇଲ୍ ଟିମ୍ ତାଙ୍କ ଘରକୁ ଯାଇ ସାମ୍ପୁଲ ସଂଗ୍ରହ କରିବେ ।

ସେହିପରି ଯେଉଁମାନେ ଘରେ ଏକାକୀ ରହୁଥିବା ବରିଷ୍ଠ ନାଗରିକ ଯେଉଁମାନେ ଟିକାକେନ୍ଦ୍ରକୁ ଆସିବାରେ ଅକ୍ଷମ ସେମାନେ ମଧ୍ୟ ୧୯୨୯ ନମ୍ବରକୁ ଫୋନ୍ କରି ସହାୟତା ନେଇପାରିବେ । ଫୋନ୍ କରି ସୂଚନା ଦେଲେ ସେମାନଙ୍କୁ ଟିକାକରଣ ପାଇଁ ଗାଡ଼ି ବ୍ୟବସ୍ଥା କରିବ ବିଏମସି । ଟିକାକରଣ କେନ୍ଦ୍ରକୁ ଆଣିବା ଓ ପୁଣି ଘରେ ଛାଡ଼ି ଦିଆଯିବ । ସକାଳ ୮ଟାରୁ ୧୧ ଭିତରେ ୧୯୨୯ ନମ୍ବରରେ କଲ୍ କରିପାରିବେ । ସମ୍ପୂର୍ଣ୍ଣ ବିବରଣୀ ଦେବା ପରଦିନ ଟେଷ୍ଟିଂ ଓ ଟିକାକରଣ ପାଇଁ ବ୍ୟବସ୍ଥା କରିବ ବିଏମସି ।

Leave A Reply

Your email address will not be published.