Latest Odisha News

କରୋନା ଚିକିତ୍ସା ପାଇଁ ଓଡ଼ିଶାରେ ପ୍ଲାଜା ଥେରାପୀ ବନ୍ଦ

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ଜାରି ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଓଡିଶା ସରକାର ରାଜ୍ୟରେ କରୋନା ଚିକିତ୍ସା ପାଇଁ ପ୍ଲାଜା ଥେରାପି ବନ୍ଦ କରିଛନ୍ତି।

ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପିକେ ମହାପାତ୍ର ପ୍ରମୁଖ ମେଡିକାଲ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ତଦନୁଯାୟୀ, ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ରାଜ୍ୟରେ କୋଭିଡ ସଂକ୍ରମଣର ପରିଚାଳନା ପାଇଁ କନଭାଲେସେଣ୍ଟ ପ୍ଲାଜମା ଥେରାପି ବନ୍ଦ କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.