Latest Odisha News

ଭାରତୀୟ ବାୟୁସେନାର ମିଗ୍ -୨୧ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ପଞ୍ଜାବର ମୋଗା ସ୍ଥିତ ବାଘାପୁରାନା ଗାଁ ଲଙ୍ଗିୟାନା ଖୁର୍ଦ ନିକଟରେ ଗତକାଲି ବିଳମ୍ବିତ ରାତିରେ ଭାରତୀୟ ବାୟୁସେନା ମିଗ୍-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏନେଇ ବାୟୁସେନା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।

ଏହି ବିମାନଟି କ୍ରାସ୍ ବେଳେ ସେଥିରୁ ପାଇଲଟ୍ ଜଣଙ୍କ ବାହାରି ପଡ଼ିଥିବା ନେଇ ସୂଚନା ମିଳିଛି। ତାଙ୍କୁ ଖୋଜିବା ଲାଗି ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିବା ଜଣାପଡିଛି।

ତେବେ ବିମାନଟି ରୁଟିନ୍ ଟ୍ରେନିଂରେ ଥିଲା ବେଳେ ଏହି ଦୁର୍ଘଟଣା ଘଟିଥିବା ନେଇ ବାୟୁସେନା ଅଧିକାରୀମାନେ କହିଛନ୍ତି।

 

Comments are closed.