Latest Odisha News

ଜୁନ୍ ୧ରୁ ଏହି ରାଜ୍ୟରେ ଅନଲକ୍-୧, ନିୟନ୍ତ୍ରଣକୁ ଆସୁଛି କରୋନା

ଭୋପାଳ: ମଧ୍ୟପ୍ରଦେଶରେ କାବୁ ପାଉଛି କରୋନା । ଲକଡାଉନରୁ ସୁଫଳ ମିଳିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଓ ପଜିଟିଭିଟି ରେଟ୍ ହ୍ରାସ ପାଉଛି । ସ୍ଥିତି ନିୟନ୍ତ୍ରଣକୁ ଆସୁଥିବା ବେଳେ ଆସନ୍ତା ୧ ତାରିଖରୁ ରାଜ୍ୟରେ ଅନଲକ୍ ୧.୦ ନେଇ ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ । ପର୍ୟ୍ୟାୟ କ୍ରମେ ଅନଲକ୍ କରାଯିବ । କିଛି କ୍ଷେତ୍ରରୁ କଟକଣାକୁ କୋହଳ କରିବେ ସରକାର । ଅନଲକ୍-୧ ନେଇ ଖୁବଶୀଘ୍ର ଗାଇଡଲାଇନ୍ ଜାରି କରାଯିବ ।

ଗତ ତିନି ଦିନ ହେବ କ୍ରମାଗତ ମଧ୍ୟପ୍ରଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫ହଜାର ତଳେ ରହୁଛି । ସେହିପରି ପଜିଟିଭ୍ ହାର ୫ପ୍ରତିଶତକୁ ଖସିଛି । ଗତ ୨୪ ଘଣ୍ଟାରେ ମଧ୍ୟପ୍ରଦେଶରୁ ୪ହଜାର ୩୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ନେଇଛି ୭୯ ଜୀବନ ।

Comments are closed.