Latest Odisha News

ଗୁଳି ମାଡ଼ରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ

ସଇଁନ୍ତଳା: ପାଟ୍ରୋଲିଂ ବେଳେ ଗୁଳିମାଡ଼ । ଦୁୂର୍ବୁ୍ତ୍ତଙ୍କ ଗୁଳି ମାଡ଼ରେ ଫରେଷ୍ଟଗାର୍ଡଙ୍କ ଆଜି ମୃତ୍ୟୁ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ସଇଁନ୍ତଳା ବ୍ଳକ ରେଙ୍ଗାଳ ବାହାଲ ନିକଟରେ ଫରେଷ୍ଟ ଗାର୍ଡ ଜଟିଆ ରାଣା ପାଟ୍ରୋଲିଙ୍ଗ କରୁଥିଲେ । ଏହି ସମୟରେ କିଛି ଦୁବୃର୍ତ୍ତ ବରାହ ଶୀକାର କରି ଫେରୁଥିଲେ । ଫରେଷ୍ଟରଙ୍କୁ ଦେଖି ହଠାତ୍ ଗୁଳି ମାଡ଼ କରିଥିଲେ ।

ଗୁଳି ମାରି ଫେରାର ହୋଇଯାଇଥିଲେ । ଏଥିରେ ଫରେଷ୍ଟର ଗୁରୁତର ଭାବେ ଆହତ ହୋଇପଡ଼ିଥିଲେ । ଗୁରୁତର ଅବସ୍ଥାରେ ଫରେଷ୍ଟର ଜଣକୁ ସଇଁନ୍ତଳା ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ଫରେଷ୍ଟରଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।।

Leave A Reply

Your email address will not be published.