Latest Odisha News

ବେଲା ବର୍ଗାଙ୍କ ୧୪୨୦ କିଲୋଗ୍ରାମର ବହି

ହଙ୍ଗେରୀ : ଉତ୍ତର ହଙ୍ଗେରୀର ସିନପେତ୍ରୀ ଗାଁର ବେଲା ବର୍ଗା ପାରମ୍ପରିକ ଶୈଳୀରେ ଏକ ପୁସ୍ତକ ତିଆରି କରିଛନ୍ତି। ଯାହାର ଓଜନ ୧୪୨୦ କିଲୋଗ୍ରାମ ବୋଲି ଜଣା ପଡ଼ିଛି। ପୁସ୍ତକଟିର ଦୈର୍ଘ୍ୟ ୪.୧୮ ମିଟର ଓ ପ୍ରସ୍ଥ ୩.୭୭ ମିଟର ।

୩୬୪ ପୃଷ୍ଠା ଏହି ପୁସ୍ତକରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନ ଓ ଭୌଗୋଳିକ ସ୍ଥିତି ବିଷୟରେ ସୂଚନା ଦିଆଯାଇଛି। ଏହାକୁ ଓଲଟାଇବା ପାଇଁ ୬ ଜଣ ବ୍ୟକ୍ତିଙ୍କର ଆବଶ୍ୟକତା ପଡ଼େ। ଏହି ପୁସ୍ତକ ପାଇଁ ବର୍ଗାଙ୍କୁ ଭୁଟାନ ପ୍ରଧାନମନ୍ତ୍ରୀଙ୍କ ପାଖରୁ ବିଶେଷ ଉପହାର ଭାବରେ ଏକ ଚମରୀ ଗାଈର ଲାଞ୍ଜ ମିଳିଛି । ଭୁଟାନ ଲୋକ ଏହି ଲାଞ୍ଜକୁ ପବିତ୍ର ବୋଲି ମାନନ୍ତି ଏବଂ ପୁସ୍ତକ ସଫା କରିବା ପାଇଁ ଏହାକୁ ବ୍ୟବହାର କରିଥାନ୍ତି।

Leave A Reply

Your email address will not be published.