Latest Odisha News

BREAKING NEWS

କଟକ; ଟିକାକରଣ ପାଇଁ ଆଜି ସନ୍ଧ୍ୟା ୬ଟାରୁ ସ୍ଲଟ୍‌ ବୁକିଂ ଆରମ୍ଭ

କଟକ: ଆଜି ସନ୍ଧ୍ୟା ୬ଟାରୁ କଟକବାସୀଙ୍କ ଲାଗି ଟିକାକରଣ ପାଇଁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ। ଏ ନେଇ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ସୂଚନା ଦେଇଛି। ଶନିବାର ସନ୍ଧ୍ୟା ୬ଟାରେ ସହରରେ କୋଭିଡ୍‌-୧୯ ଟିକାକରଣ ପାଇଁ ଅନଲାଇନ୍ ବୁକିଂ ଖୋଲିବ।

ଉଭୟ ୧୮ ରୁ ୪୪ ବୟସ ବର୍ଗ ଏବଂ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ କଟକ ବାସିନ୍ଦାଙ୍କୁ କୋଭିଶିଲ୍ଡ ଟିକା ଦିଆଯିବ ବୋଲି ସିଏମସି ସୂଚନା ଦେଇଛି।

ଏକ ଟୁଇଟ୍‌ରେ ସିଏମ୍‌ସି ସୂଚନା ଦେଇଛି କେବଳ ଅନଲାଇନ୍ ପଞ୍ଜୀକରଣ ଆଧାରରେ ଟିକା ଦିଆଯିବ।

ହିତାଧିକାରୀମାନଙ୍କ ପାଇଁ ମେ ୨୭ ରୁ ମେ ୨୯ ପର୍ଯ୍ୟନ୍ତ ତିନି ଦିନ ପାଇଁ ଏହି ସ୍ଲଟ୍ ଉପଲବ୍ଧ ହେବ।

Leave A Reply

Your email address will not be published.