Latest Odisha News

BREAKING NEWS

ବଜ୍ରାଘାତରେ ଜଣେ ଚାଷୀ ମୃତ

ଚାନ୍ଦପୁର: ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ । ଏହି ସମୟରେ ବଜ୍ରାଘାତରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ନୟାଗଡ ଜିଲା ଚାନ୍ଦପୁର ଥାନା କଟକ ସହର ଗ୍ରାମର ଯୁବ ଚାଷୀ ସଂଜିତ୍ ରଞ୍ଜନ ସେନାପତି । ବାପାଙ୍କ ସହ ଚାଷ କରୁଥିବା ଜମିକୁ ଯାଇଥିବା ବେଳେ ବର୍ଷା ହୋଇଥିଲା । ଆଉ ସେତିକିବେଳେ ବଜ୍ରପାତ ମଧ୍ୟ ହେଇଥିଲା ।

ବଜ୍ରାଘାତରେ ସଂଜିତ ସେଠାରେ ଖସିପଡ଼ିଥିଲେ । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥଲ । ତେବେ ଡ଼ାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କର ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ତାଙ୍କ ପରିବାରକୁ କିଛି ସହାୟତା ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.