Latest Odisha News

BREAKING NEWS

ରିଲିଜ ପୂର୍ବରୁ ୪୭୫ ଏବଂ ପରେ ୩୨୫ କୋଟି ଟଙ୍କା ଆୟ କରିସାରିଲାଣି ରାଜମୌଲୀଙ୍କ ଆରଆରଆର!

ମୁମ୍ବାଇ: ରାଜମୌଲୀଙ୍କ ପିରିୟଡ ଡ୍ରାମା ଫିଲ୍ମ ଆରଆରଆର ରିଲିଜ ପୂର୍ବରୁ ଏବଂ ପରେ କୋଟି କୋଟି ଟଙ୍କା ଆୟ କରି ସାରିଲାଣି । ପପୁଲାର ଏଂଟରଟେନମେଂଟ ନେଟୱାର୍କର ମୁଖ୍ୟ ଜୟନ୍ତୀଲାଲ ଗଡା ୪୭୫ କୋଟିର ସମସ୍ତ ଭାଷାର ଡିଜିଟାଲ, ସ୍ୟାଟେଲାଇଟ ଓ ଇଲେକ୍ଟ୍ରୋନିକ ରାଇଟ୍ସ କ୍ରୟ କରିଥିବା ନେଇ ରିପୋର୍ଟସ ପ୍ରକାଶ ପାଇଥିଲା । ଏବେ ପିଙ୍କଭିଲାରେ ପ୍ରକାଶିତ ଖବର ଅନୁସାରେ ରିଲିଜ ପରେ ଡିଜିଟାଲ ଏବଂ ସାଟେଲାଇଟ ରାଇଟ୍ସ ୩୨୫ କୋଟିରେ ଡିଲ କରାଯାଇଛି । ଜୀ ଗ୍ରୁପକୁ ଏହି ରାଇଟ୍ସ ଜୟନ୍ତୀଲାଲ ଟ୍ରାନ୍ସଫର କରିଛନ୍ତି ।

ଯଦି ଏହି ଖବର ସତ ହୁଏ ତାହାହେଲେ ଫିଲ୍ମ ଏବେ ସୁଦ୍ଧା ପାଖାପାଖି ୮୦୦ କୋଟି ଆୟ କରିସାରିଛି । ୮ ଜାନୁୟାରୀରେ ଏହି ଫିଲ୍ମ ଥିଏଟରରେ ରିଲିଜ ହେବାକୁ ଥିଲେ ମଧ୍ୟ କରୋନା ମହାମାରୀ ଯୋଗୁ ଏହାକୁ ଘୁଂଚାଇ ଦିଆଯାଇଥିଲା । ୧୯୨୦ ଦଶକର କ୍ରାନ୍ତିକାରୀ ଅଲ୍ଲୁରୀ ସୀତରାମ ରାଜୁ, କୋମାରାମ ଭୀମଙ୍କ ଜୀବନୀ ଉପରେ ଏହା ଆଧାରିତ । ଜୁନିୟର ଏନଟିଆର, ରାମଚରଣ ଓ ଅଜୟ ଦେବଗାନ ଏହି ଫିଲ୍ମରେ ଅଭିନୟ କରୁଛନ୍ତି ।

Leave A Reply

Your email address will not be published.