Latest Odisha News

BREAKING NEWS

ସ୍ୱାମୀର କାଠ ଫାଳିଆରେ ସ୍ତ୍ରୀ ମୃତ

କାମାକ୍ଷାନଗର: ସ୍ୱାମୀର କାଠ ଫାଳିଆରେ ସ୍ତ୍ରୀ ମୃତ । ନିଜର ଗର୍ଭବତୀ ସ୍ତ୍ରୀକୁ କାଠ ଫାଳିଆ ରେ ବାଡେଇ ମାରିଲା ପିଶାଚ ସ୍ବାମୀ । ଏହି ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ବାଙ୍ଗୁରା ଗାଁରେ । ପାରିବାରିକ କଳହକୁ କେନ୍ଦ୍ର କରି ଗାଁର ବିକ୍ରମ ନାଏକ ନିଜ ସ୍ତ୍ରୀ ବର୍ଷା ନାଏକକୁ ଏକ ଦୋଳି ପଟାରେ ବାଡେଇ ହତ୍ୟା କରିଛି । ଶନିବାର ଦିପହରେ ସ୍ୱାମୀ ବିକ୍ରମ ନାଏକ ମଦ୍ୟପାନ କରି ସ୍ତ୍ରୀ ବର୍ଷାକୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ପ୍ରଥମେ ମାଡ଼ ମାରିଥିଲା ।

ସ୍ତ୍ରୀ ଘଟଣାର ବିରୋଧ କରିବାରୁ ଉତକ୍ଷିପ୍ତ ହୋଇ ଘରେ ଥିବା ଦୋଳି ପଟାରେ ମୁଣ୍ଡକୁ ପିଟିବା ସହ ବେକକୁ ପଟାର ଅଗ୍ର ଭାଗରେ ଭୂଷି ଦେଇଥିଲା । ଘଟଣା ସ୍ଥଳରେ ହିଁ ବର୍ଷାର ମୃତ୍ୟୁ ହୋଇଥିଲା । ମୃତ ମହିଳା ଜଣକ ୬ ମାସର ଗର୍ଭବତୀ ଥିବା ଜଣାପଡିଛି । ବିକ୍ରମ ଆଜକୁ ବର୍ଷେ ତଳେ ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ପ୍ରେମ ବିବାହ କରିଥିଲା । ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.