ଭୁବନେଶ୍ୱର: ବାତ୍ୟା ୟସ୍ ମୁକାବିଲା ନେଇ ପ୍ରଶାସନିକ ସ୍ତରରେ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି । ବରିଷ୍ଠ ଅଧିକାରୀ ଜିଲ୍ଲାସ୍ତରରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସଜାଗ ଅଛନ୍ତି ଏନଡିଆରଏଫ୍, ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ଆଜି ପ୍ରଭାବିତ ଆଶଙ୍କା ଥିବା ଉପକୂଳବର୍ତ୍ତୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବ ଉଦ୍ଧାରକାରୀ ଦଳ । ସାଙ୍ଗରେ ନିଜ ନିଜର ସରଞ୍ଜାମ ନେଇ ବାହାରିବେ । ଉଦ୍ଧାର କାର୍ଯ୍ୟ ପାଇଁ ୨୨ଟି ଏନଡିଆରଏଫ୍, ୬୬ଟି ଓଡ୍ରାଫ ସହ ଅଗ୍ନିଶମ ବାହିନୀର ୧୭୭ଟି ଟିମ୍ ମୁତୟନ ରହିବେ ।
ବିଭିନ୍ନ ଜିଲ୍ଲାରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି । ଆଜି ବାତ୍ୟା ନେଇ ପାଣିପାଗ ବିଭାଗର ସୂଚନା ପାଇବା ପରେ ଆରମ୍ଭ ହୋଇପାରେ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା । ଲୋକଙ୍କୁ ସ୍ଥାନାନ୍ତର ପାଇଁ ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ଆଶ୍ରୟସ୍ଥଳ ବି ଚିହ୍ନଟ ହୋଇଛି । ବିଶେଷ କରି କରୋନା ସମୟରେ ବାତ୍ୟା ମୁକାବିଲା ବଡ଼ ଚ୍ୟାଲେଞ୍ଜ । କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି ।
ବାଲେଶ୍ୱର ଜିଲ୍ଲାରେ ୧୨ଶହ ୨୩ଟି ବାତ୍ୟା ଆଶ୍ରୟ ସ୍ଥଳ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରେ ୭୦୦, କେନ୍ଦ୍ରାପଡ଼ାରେ ୯୭୦ ଓ ଜଗତସିଂହପୁରରେ ୨୨୩ଟି ଆଶ୍ରୟ ସ୍ଥଳଚିହ୍ନଟ କରି ରଖାଯାଇଛି । ଏଥିସହ ଅକ୍ସିଜେନ୍ ବ୍ୟବସ୍ଥା, ଉଦ୍ଧାର କାର୍ୟ୍ୟ, ରିଲିଫ ସାମଗ୍ରୀ, ଔଷଧ, ପାନୀୟ ଜଳ ଆଦି ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ରହିଛି ।
BREAKING NEWS
- ପୁରୀରେ ମୋଦୀଙ୍କ ମେଗା ରୋଡ ଶୋ’; ମୁତୟନ ହେବେ ୬୩ ପ୍ଲାଟୁନ ଫୋର୍ସ
- ପ୍ରଚାର ମୈଦାନରେ ବିଜେଡି ସୁପ୍ରିମୋ, କେନ୍ଦୁଝରରେ ଆଦିବାସୀ ଭୋଟରଙ୍କୁ ପାଣ୍ଡିଆନଙ୍କ ଭୋଟ ଅପିଲ
- ରାସାୟନିକ ଉପାୟରେ ପାଚିଥିବା ଫଳ ଶରୀର ପାଇଁ କାଳ
- ଗମ୍ଭୀର ହେବେ କି ଟିମ ଇଣ୍ଡିଆର ନୂଆ କୋଚ
- ପିଓକେକୁ ନେଇ ଜୟଶଙ୍କରଙ୍କ ବୟାନ, କହିଲେ ସଠିକ୍ ସମୟ ଆସିଲେ ନିଆଯିବ ନିଷ୍ପତ୍ତି
- କେଜ୍ରିଓ୍ବାଲଙ୍କ ବିରୋଧ ପ୍ରଦର୍ଶନ ପାଇଁ ସଜାଗ ଦିଲ୍ଲୀ ପୋଲିସ, ବିଜେପି ପାର୍ଟି ଅଫିସରେ ସୁରକ୍ଷା କଡାକଡି
- ପୁଣି ଓଡ଼ିଶା ଆସି ଗର୍ଜିବେ ରାହୁଲ ଓ ମଲ୍ଲିକାର୍ଜୁନ ଖଡ୍ଗେ
- ‘ବାତ୍ୟା ପାଇଁ କୌଣସି ପୂର୍ବାନୁମାନ କରାଯାଇ ନଥିବାରୁ ଭୟଭୀତ ହେବାର ଆବଶ୍ୟକତା ନାହିଁ’
- କୋହଲି, ଅନୁଷ୍କାଙ୍କ ଆଖି ଛଳ ଛଳ ହୋଇଗଲା
- ଆମ ଆଦମୀ ପାର୍ଟି ପ୍ରାର୍ଥୀଙ୍କୁ ଭୋଟ୍ ଦେବେ କହିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ