Latest Odisha News

BREAKING NEWS

‘ୟସ’ର ଲାଣ୍ଡଫଲ୍ ବେଳେ ୧୯୦ କି.ମି. ବେଗରେ ବହିବ ପବନ

ଭୁବନେଶ୍ୱର: ବଙ୍ଗୋପସାଗରରେ ଜନ୍ମ ନେଇଛି ବାତ୍ୟା ୟସ୍ । ୨୬ ତାରିଖ ମଧ୍ୟାହ୍ନରେ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର ପାରାଦୀପରୁ ସାଗର ଦ୍ୱୀପ ମଧ୍ୟରେ ଲାଣ୍ଡଫଲ୍ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଓଡ଼ିଶା ଉପକୂଳର ୪ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରଭାବ ଛାଡ଼ିବ ବାତ୍ୟା । ଅମ୍ଫନ ଭଳି ତାକତ୍ ଦେଖାଇବ ୟସ୍ ।

୨୬ ତାରିଖ ସକାଳେ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳରେ ପବନର ବେଗ ଘଣ୍ଟାପ୍ରତି ୯୦-୧୦୦ ଓ ସ୍ଥଳବିଶେଷରେ ବଢ଼ି ୧୧୦ କିଲୋମିଟର ରହିବ । ଲାଣ୍ଡଫଲ୍ ବେଳେ ତାକତ ଦେଖାଇବ ୟସ୍ । ସେତେବେଳେ ଘଣ୍ଟାପ୍ରତି ୧୬୦-୧୭୦ ଓ ସ୍ଥଳବିଶେଷରେ ବଢ଼ି ୧୯୦ କିଲୋମିଟର ଛୁଇଁବ ବୋଲି ପାଣିପାଗ ବିଭାଗ କହିଛି ।

୨୫ ତାରିଖରୁ ଉତ୍ତର ଓଡ଼ିଶା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଜିଲ୍ଲାରେ ଅତ୍ୟଧିକ ବର୍ଷିବ । ୨୬ ତାରିଖରେ ଜଗତସିଂହପୁର, କଟକ, ଯାଜପୁର, କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଆଜି ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ୪୦-୫୦ କିଲୋମିଟର ବେଗରେ ପବନ ବହିବ । ଧୀରେ ଧୀରେ ବେଗ ବଢ଼ି କାଲି ସନ୍ଧ୍ୟା ବେଳକୁ ୭୦ କିଲୋମିଟ ଯାଏ ଛୁଇଁବ ବୋଲି ଆଇଏମଡି କହିଛି ।

Leave A Reply

Your email address will not be published.