Latest Odisha News

BREAKING NEWS

ଓଡ଼ିଶାରୁ ଦିନକରେ ରେକର୍ଡ ୩୨ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା । ଆଜି ରେକର୍ଡ କରିଛି । ୨୪ ଘଣ୍ଟାରେ ଓଡ଼ିଶାରୁ ଏଯାଏ ସର୍ବାଧିକ ୩୨ ଜୀବନ ଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୩ ଜିଲ୍ଲାରୁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ମୃତ୍ୟୁବରଣ କରିଛନ୍ତି ।

ଝାରସୁଗୁଡ଼ା, ଗଞ୍ଜାମ ଜିଲ୍ଲାରୁ ୪ ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ସେହିପରି ଅନୁଗୋଳ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ୩ ଜଣ ଲେଖାଏ ସଂକ୍ରମିତ ପ୍ରାଣ ହରାଇଛନ୍ତି । ପୁରୀ, ଗଜପତି ଜିଲ୍ଲାରୁ ଦୁଇ ଜଣ ଲେଖାଏ ଆକ୍ରାନ୍ତ ଚିକିତ୍ସୀଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ।

ଏମାନଙ୍କ ବ୍ୟତୀତ ବଲାଙ୍ଗିର, କଟକ, କେନ୍ଦୁଝର, ନୟାଗଡ଼ ଓ ସମ୍ୱଲପୁର ଜିଲ୍ଲାରୁ ଆଉ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୫ଶହ ୧୬କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.