ନୂଆଦିଲ୍ଲୀ: ଭାରତରେ ଗାଇକୁ ମାତା ସମ୍ମାନ ଦିଆଯାଏ । ଏବେ କରୋନା ମହାମାରୀ ବେଳେ ଆମେରିକାରେ ଟ୍ରେଣ୍ଡ କରୁଛି ଗାଇକୁ କୋଳେଇବା ଓ କୁଣ୍ଢେଇବା । ସଂକ୍ରମଣ ଯୋଗୁ ନିଜ ଲୋକଙ୍କୁ ହରାଇଥିବା ବ୍ୟକ୍ତିମାନେ ଚାପଗ୍ରସ୍ତ ହୋଇ ପଡୁଛନ୍ତି । ମାନସିକ ଶାନ୍ତି ପାଇଁ ପରୀକ୍ଷାମୂଳକ ଭାବେ କେତେଜଣଙ୍କୁ ଗାଇକୁ କୁଣ୍ଢେଇ ଧରିବା ପାଇଁ ପରାମର୍ଶ ଦିଆ ଯାଇଥିଲା । ଏଥିରୁ ସେମାନେ ଚାପମୁକ୍ତ ହୋଇଥିଲେ ଏବଂ ଇମ୍ୟୁନିଟିସ୍ତର ବଢ଼ିଥିଲା । ଧିରେ ଧିରେ ଏହା ପ୍ରଚାର ହେବା ପରେ ଏଥିପାଇଁ ଲୋକଙ୍କ ଚାହିଦା ବଢ଼ିବାକୁ ଲାଗିଲା ।
ବର୍ତମାନ ଗାଇକୁ କୁଣ୍ଢେଇବା ପାଇଁ ସେମାନେ ୨୦୦ ଡଲାର ପର୍ଯ୍ୟନ୍ତ ଦେବାକୁ ରାଜି ହେଉଛନ୍ତି । ସିଏନବିସିରେ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଗବେଷକଙ୍କ ମତରେ ଗାଇର ଗରମ ଶରୀର, ମଣିଷଠାରୁ ବଡ ଆକାର, ନରମ ଲୋମଯୁକ୍ତ ଶରୀର ଯୋଗୁ ଏହି ଫାଇଦା ହେଉଛି ।
Comments are closed.