Latest Odisha News

BREAKING NEWS

ଭଦ୍ରକରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୩ ବେପାରୀ ଗିରଫ

ଭଦ୍ରକ: ବ୍ରାଉନସୁଗର ଚାଲାଣ ବେଳେ ଧରିଲା ପୋଲିସ । ଭଦ୍ରକ ଜିଲ୍ଲା ଚରମ୍ପା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଧାମରା ରେଲଓ୍ୱେ ଓଭର ବ୍ରିଜ ପାଖରୁ ୨୮୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଏହି ଘଟଣାରେ ତିନି ଜଣେ ବେପାରୀଙ୍କୁ ବାନ୍ଧିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ସେମାନେ ହେଲେ ଭଦ୍ରକ ଜିଲ୍ଲାର ଶେଖ ଇମରାନ୍, ମହେଶ ରାଉତ ଓ ଫକିର ମୋହନ ଜେନା । ସେମାନଙ୍କ ପାଖରୁ ବ୍ରାଉନସୁଗର ସମେତ ବନ୍ଧୁକ ବି ଜବତ କରିଛି ପୋଲିସ ।

ଜଳେଶ୍ୱରରୁ ଭଦ୍ରକୁ ବ୍ରାଉନସୁଗର ନେଇ ଆସୁଥିଲେ ତିନି ଅଭିଯୁକ୍ତ । ଏକ ନମ୍ୱର ବିହୀନ ସ୍କୁଟିରେ ଆସୁଥିବା ବେଳେ ଚରମ୍ପା ନିଟକରେ ଅଟକାଇ ଯାଞ୍ଚ କରିଥିଲା ପୋଲିସ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ।

BjdElectrycity

ଅଧିକ ଖୋଳତାଡ ଜାରି ରଖିଛି ପୋଲିସ । ବ୍ରାଉନସୁଗର ରାକେଟ୍ କେଉଁ ଯାଏ ଲମ୍ବିଛି ଓ ଆଉ କେଉଁମାନେ ଏଥିରେ ସାମିଲ ଅଛନ୍ତି ? କେଉଁଠୁ ଆଣୁଥିଲେ ବ୍ରାଉନସୁଗର ଓ କେଉଁଆଡ଼େ ଚାଲାଣ କରନ୍ତି ସେନେଇ ଖୋଳତାଡ ଜାରି ରଖିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ।

Leave A Reply

Your email address will not be published.