କଲଦା: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଗୁରୁତର । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କେରେଜୋଳି ପଞ୍ଚାୟତ ଅନ୍ତର୍ଗତ କଲଦା ଗାଁରେ ଘଟିଛି ଘଟଣା । ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ଜଣ ସଦସ୍ୟ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ମାନେ କଲଦା ଗାଁର ପଙ୍କଜ ମହାନ୍ତ ,ସ୍ତ୍ରୀ ଗୌରୀ ମହାନ୍ତ ଓ ଝିଅ ଚିନ୍ମୟୀ ମହାନ୍ତ ।
ସୋମବାର ସକାଳ ପ୍ରାୟ ୬ଟା ବେଳେ ପଙ୍କଜ ନିଜ ଚାଷ ଜମିକୁ ଯାଇଥିଲେ । ସେଠାରୁ ସେ କିଛି ଜଙ୍ଗଲୀ ଛତୁ ଘରକୁ ଆଣିଥିଲେ । ଅପରାହ୍ନ ସମୟରେ ପରିବାରର ସମସ୍ତ ସଦସ୍ୟ ସେହି ଜଙ୍ଗଲୀ ଛତୁକୁ ଖାଇଥିଲେ । ଖାଇବାର କିଛି ସମୟ ପରେ ପରିବାରର ସମସ୍ତ ସଦସ୍ୟ ଅସୁସ୍ଥ ହୋଇପଡ଼ିଥିଲେ । କିଛି ସମୟ ପରେ ଗୁରୁତର ହୋଇ ପଡିଥିବା ବେଳେ ତୁରନ୍ତ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ବି ତାଙ୍କର ଚିକିତ୍ସା ଚାଲିଛି ।
Comments are closed.