Latest Odisha News

BREAKING NEWS

ଅକାଳରେ ଜୀବନ ନେଇଗଲା ବାସି ବିରିଆନି

ଉମରକୋଟ: ବାସି ଖାଦ୍ୟ ଖାଇ ନବାଳିକାର ମୃତ୍ୟୁ । ପଡିଶା ଘରୁ ବାସି ବିରିଆନି ଆଣି ଖାଇବା ଦୁଇଦୁଇଟି ପରିବାରକୁ ମହଙ୍ଗା ପଡିଛି । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରୁଛନ୍ତି । ତଥାପି ବାସି ବିରିଆନି ଖାଇ ଜଣେ ନାବାଳିକାର ମୃତ୍ୟୁ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳରୁ ସାମ୍ନାକୁ ଆସିଛି ।

BjdElectrycity

ମିଳିଥିବା ସୂଚନା ଅନୁଯାୟୀ ଉମରକୋଟ ମୁନିସିପାଲିଟିର ୮ ନମ୍ବର ୱାର୍ଡର କେନାଲ ସାହିରେ ଏପରି ଅଭାବନୀୟ ଘଟଣା ଚର୍ଚ୍ଚାକୁ ଆସିଛି । ଆଜି ସକାଳେ କେନାଲ ସାହିର ଲକ୍ଷ୍ମଣ ହରିଜନଙ୍କ ତିନିପୁଅ ଓ ଝିଅ ସମେତ ରାଇତ ହରିଜନଙ୍କ ପୁଅ ପଡିଶା ଘରୁ ବାସି ବିରିଆନି ଆଣି ଖାଇଥିଲେ । କିଛି ସମୟ ପରେ ବାନ୍ତି ହେବାରୁ ସମସ୍ତଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା ।

ସେ ସମୟରେ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଦର୍ଶାଇ ପ୍ରାଥମିକ ଚିକିତ୍ସା କରି ସମସ୍ତଙ୍କୁ ଘରକୁ ପଠାଇଦେଇଥିଲେ । କିନ୍ତୁ ସଂଧ୍ୟା ସମୟରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପୁନର୍ବାର ବିଗିଡିଯାଇଥିଲା । ଅସୁସ୍ଥଙ୍କ ପରିବାର ଲୋକେ ସମସ୍ତଙ୍କୁ ପୁଣିଥରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ୫ବର୍ଷୀୟା ନାବାଳିକା କୋୟେ ହରିଜନଙ୍କର ମୃତ୍ୟୁ ଘଟିଥିଲା ।

ଏହି ଘଟଣାକୁ ନେଇ ମେଡିକାଲରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦଇଥିଲା । ସେପଟେ ଅନ୍ୟ ତନିଜଣ ଶିଶୁଙ୍କ ଚିକିତ୍ସା ଜାରି ରହିଥିବାବେଳେ ସମସ୍ତେ ସୁସ୍ଥ ଥିବା ଜଣାପଡିଛି ।

Leave A Reply

Your email address will not be published.