Latest Odisha News

BREAKING NEWS

ବାତ୍ୟା ‘ୟାସ୍’: ଆଜି ରାତି ୧୧ରୁ ଭୁବନେଶ୍ୱରରୁ ବିମାନ ଉଡାଣ ବନ୍ଦ

ଭୁବନେଶ୍ୱର: ବାତ୍ୟା ‘ୟାସ୍’ କୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ମଙ୍ଗଳବାର ରାତି ୧୧ ଟାରୁ ବିମାନ ଚଳାଚଳ ସ୍ଥଗିତ ରହିବ।

ଏନେଇ ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି ରାଓ କହିଛନ୍ତି ଯେ ବାତ୍ୟା କୁ ନଜରରେ ରଖି ସତର୍କତାମୂଳକ ପଦକ୍ଷେପ ଭାବରେ ଆସନ୍ତା ମେ ୨୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବିମାନ ବନ୍ଦର ବନ୍ଦ ରହିବ। ଭାରତୀୟ ପାଣିପାଗ ବିଭାଗର ବାତ୍ୟା ପୂର୍ବାନୁମାନ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

ତେବେ ୨୦୧୯ ମସିହା ମେ ମାସରେ ବାତ୍ୟା ‘ଫନି’ ଯୋଗୁଁ ଭୁବନେଶ୍ୱର ବିମାନ ବନ୍ଦରରେ ବହୁ କ୍ଷତି ଘଟିଥିଲା।

Comments are closed.