Latest Odisha News

ମାଆ କରୋନା ନେଗେଟିଭ, ସଦ୍ୟଜାତ ଶିଶୁ କୋଭିଡ ପଜିଟିଭ !

ବାରାଣାସୀ: କରୋନା ମହାମାରୀ ନେଇ ପ୍ରତ୍ୟେକ ଦିନ କିଛି କିଛି ନୂତନ ତଥ୍ୟ ସମ୍ମୁଖକୁ ଆସିଛି । ବିଏଚୟୁ ସର ସୁନ୍ଦରଲାଲ ଡାକ୍ତରଖାନାରେ କରୋନା ନେଗେଟିଭ ଥିବା ସୁପ୍ରିୟା ନାମକ ମହିଳାଙ୍କ ଗର୍ଭରୁ କୋଭିଡ ପଜିଟିଭ ଥିବା ଶିଶୁ ଜନ୍ମ ଗ୍ରହଣ କରିଛି । ଏହା ଡାକ୍ତର ଏବଂ ଗବେଷକଙ୍କୁ ଚିନ୍ତାରେ ପକାଇଛି । ଉଭୟ ମାଆ ଏବଂ ଶିଶୁ ସୁସ୍ଥ ଅଛନ୍ତି । ସେମାନଙ୍କର ପୁନର୍ବାର କୋଭିଡ ଟେଷ୍ଟ କରାଯାଇଛି । ଏହାର ରିପୋର୍ଟ ଆସି ନାହିଁ ।

ଅଧିକାଂଶ ଡାକ୍ତରଙ୍କ ମତରେ ଏହା ନିଶ୍ଚିତ ଭାବେ ଏକ ଚକିତ କରିଦେବା ଭଳି କେସ୍ । ବୋଧହୁଏ ଏଥିରେ କିଛି ମନୁଷ୍ୟକୃତ ତ୍ରୁଟି ରହିଥିବା ନେଇ ଜଣେ ଗବେଷକ ସନ୍ଦେହ ବ୍ୟକ୍ତ କରିଛନ୍ତି । ପୂର୍ବରୁ ଆମେରିକାରେ ଏ ଭଳି ଏକ କେସ ଆସିଥିଲେ ମଧ୍ୟ ପରେ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଥିଲା ।

Comments are closed.