Latest Odisha News

ବିପଦ ଆଣିଲା ବୈତରଣୀ, କେନ୍ଦୁଝର ବଇଙ୍ଗାରେ ଭାସିଗଲା ଡାଇଭର୍ସନ ପୋଲ

କେନ୍ଦୁଝର : ବାତ୍ୟା ପରେ ବିପଦ ଆଣିଲା ବନ୍ୟା । ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା ଟଳିଥିବା ବେଳେ, ବିପଦ ଆଣିଛି ବୈତରଣୀ । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ଆନନ୍ଦପୁରରେ ବନ୍ୟାଜଳ ବିପଦସଙ୍କେତ ଉପରେ ଥିବା ବେଳେ ତୁରୁମୁଙ୍ଗାରେ ପୋଲ ଉପରେ ଚାଲୁଛି ୬ ଫୁଟ ଉଚ୍ଚର ବନ୍ୟା ଜଳ । ଫଳରେ କେନ୍ଦୁଝରରୁ କୋଲକାତାକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେହିପରି ବାଂଶପାଳ ବ୍ଲକର ନୟାକୋଟ ବଇଙ୍ଗା ନଦୀ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ଡ୍ରାଇଭରସନ ପୋଲଟି ଭାସିଯାଇଛି ।

BjdElectrycity

ବଇଙ୍ଗା ନଦୀରେ ନୂତନ ନିର୍ମାଣଧୀନ ପୋଲଟିର ସେଣ୍ଟରିଂ ମଧ୍ୟ ଭାସିଯାଇଛି । ଡାଇଭରସନ ପୋଲ ଟି ଭାସିଯିବା ଯୋଗୁଁ ବାଂଶପାଳ, ସୁଆକାଟି, ଦବୁନା, ବସନ୍ତପୁର, କୁଶକଳା, କାଦକଳା ଆଦି ସ୍ଥାନକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଦୁଇ ପାର୍ଶ୍ବରେ ଗାଡି ମୋଟର ଅଟକି ରହିଛି । ବ୍ଲକର ୧୦ଟି ପଞ୍ଚାୟତକୁ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଘଟଣାସ୍ଥଳରେ ବାଂଶପାଳ ବିଡ଼ିଓ, ତହସିଲଦାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ପୋଲ ପାର୍ଶ୍ବ ରାସ୍ତାକୁ ମରାମତି କରି ଗମନା ଗମନରେ ସୁଧାର ପାଇଁ ଉଦ୍ୟମ କରୁଛନ୍ତି । ସୁରକ୍ଷା ଦୃଷ୍ଟିରୁ ପୋଲ ଉପରେ ଯାତାୟାତ ବନ୍ଦ କରାଯାଇଛି ।

Leave A Reply

Your email address will not be published.