ନୂଆଦିଲ୍ଲୀ: ୪୩ ବର୍ଷ ପୂର୍ବେ ବନ୍ଦ ହୋଇଯାଇଥିବା ସ୍କୁଲରୁ ମିଳିଲା ୨୧୫ ଶିଶୁଙ୍କ ମୃତଦେହର ଅବଶିଷ୍ଟାଂଶ। ଏପରି ଏକ ଘଟଣା ଦେଖିବାକୁ ମିଳିଛି କାନାଡାସ୍ଥିତ ଆଦିବାସୀ ପିଲାମାନଙ୍କ ପାଇଁ ଏକ ପୂର୍ବତନ ଆବାସିକ ବିଦ୍ୟାଳୟରେ। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଶୁକ୍ରବାର ଦିନ ଏହାକୁ ଏକ ହୃଦୟ ବିଦାରକ ବୋଲି ବର୍ଣ୍ଣନା କରିଛନ୍ତି।
ଏହି ପିଲାମାନେ ବ୍ରିଟିଶ କଲମ୍ବିଆର କାମଲୁପ୍ ଇଣ୍ଡିଆନ୍ ରେସିଡେନ୍ସିଆଲ୍ ସ୍କୁଲର ଛାତ୍ର ଥିଲେ ଯାହା ୧୯୭୮ ମସିହାରେ ବନ୍ଦ ହୋଇଯାଇଥିଲା।
ରିପୋର୍ଟ ଅନୁଯାୟୀ କାନାଡାର ଆବାସିକ ବିଦ୍ୟାଳୟ ଯାହାକି ଆଦିବାସୀ ପିଲାମାନଙ୍କୁ ସେମାନଙ୍କ ପରିବାରରୁ ଜବରଦସ୍ତ ପୃଥକ କରିଥିଲା, “ସାଂସ୍କୃତିକ ଜନଶୁଣାଣି” ଗଠନ କରିଥିଲା।
ଏହି ରିପୋର୍ଟରେ ୧୫୦,୦୦୦ ମଧ୍ୟରୁ ଅନେକ ଶାରୀରିକ ନିର୍ଯାତନା, ବଳାତ୍କାର, ପୁଷ୍ଟିହୀନତା ଏବଂ ଅନ୍ୟାନ୍ୟ ଅତ୍ୟାଚାର ଦସ୍ତାବିଜ କରାଯାଇଥିଲା। ସାଧାରଣତଃ ୧୮୪୦ରୁ ୧୯୯୦ ଦଶକ ମଧ୍ୟରେ ଓଟାୱା ନାମରେ ଜଣେ ଖ୍ରୀଷ୍ଟିଆନ୍ ଏହି ବିଦ୍ୟାଳୟର ପରିଚାଳନା ଦାୟିତ୍ବରେ ଥିଲେ। ଏଠାରେ ପଢୁଥିବା ୧୫୦,୦୦୦ ପିଲାଙ୍କ ସହ ଏଭଳି ହୃଦୟ ବିଦାରକ ଘଟଣା ଘଟିଥିଲା।
ଏହି ଆବାସିକ ବିଦ୍ୟାଳୟରେ ପଢୁଥିବା ସମୟରେ ୪,୧୦୦ ରୁ ଅଧିକ ପିଲାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
Comments are closed.