Latest Odisha News

BREAKING NEWS

ବେଆଇନ୍ କଫ ସିରପ ଜବତ

ବଲାଙ୍ଗିର: ପୁଣି ଧରାପଡିଲl ବେଆଇନ୍ କଫ ସିରପ କାରବାର। ବଲାଙ୍ଗିର ତୁରେକେଲାରୁ ଗାଡ଼ି ସହ ବିପୁଳ ପରିମାଣର କଫ ସିରପ ଜବତ୍ କରିଛି ପୋଲିସ। ତାସହ ଘଟଣାରେ ସଂପୃକ୍ତ ୨ ଜଣ କୁ ଗିରଫ କରାଯାଇଥିବା କହିଛନ୍ତି ଏସପି ନୀତିନ କୁଶଳକର । ୧୪ ହଜାର ୪୦୦ ବୋତଲ କଫ ସିରଫ ଜବତ୍ କରାଯିବା ସହ ନଗଦ ୧୩ ହଜାର ଟଙ୍କା ଓ କଫ ସିରପରେ ମିଶା ଯାଉଥିବା କିଛି ମେଡିସିନ୍ ମଧ୍ୟ ଜବତ୍ କରାଯାଇଛି।

ତେବେ ଏହି କାରବାରରେ ଆଉ କେହି ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଚାଲିଥିବା ଏସପି କହିଛନ୍ତି।
ପୋଲିସ ସୂଚନା ଅନୁସାରେ କର୍ଣ୍ଣାଟକ ନମ୍ୱର୍ ଥିବା ଏକ ଗାଡ଼ିରେ ବିପୁଳ ପରିମାଣର କଫ ସିରପ ବଲାଙ୍ଗିର ଜିଲ୍ଲାର ତୁରେକେଲା ଅଞ୍ଚଳକୁ ଆସୁଥିଲା। ହେଲେ ଏନେଇ ଖବର ପାଇ ଆଜି ଭୋର୍ ସମୟରେ ତୁରେକେଲା ପୋଲିସ ଗାଡ଼ି ସହ ୯୦ କାଟୁନ କଫ ସିରପ ଜବତ୍ କରିଛି।

ତାସହ ଦୁଇ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହାପରେ କଫ ସିରପ ଗାଡ଼ି ଓ ଅଭିଯୁକ୍ତଙ୍କୁ ବଲାଙ୍ଗିର ଏସପି ଅଫିସକୁ ଅଣାଯାଇଥିଲା। ହେଲେ ପ୍ରଶ୍ନ ଉଠୁଛି, ଲକ୍ ଡାଉନ୍, ସଟ ଡାଉନ୍ ସମୟରେ ବାହାର ରାଜ୍ୟରୁ ବିପୁଳ ପରିମାଣର କଫ ସିରପ ବଲାଙ୍ଗିର ଜିଲ୍ଲା ତୁରେକେଲା ଅଞ୍ଚଳକୁ ଆସିଲା କେମିତି। ଏନେଇ ଚାଲିଛି ଅଧିକ ଖୋଳତାଡ ।

Leave A Reply

Your email address will not be published.