Latest Odisha News

BREAKING NEWS

ଅନଲାଇନରେ ହେବ ବିଶ୍ବବିଦ୍ୟାଳୟ କ୍ଲାସ୍

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଅନଲାଇନ୍ କ୍ଲାସ୍ ଜୁନ୍ ୧ରୁ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶନିବାର ଏକ ବିଜ୍ଞପ୍ତି ଜାରି କରାଯାଇଛି।

ସୂଚନା ଅନୁଯାୟୀ ଶାରୀରିକ ଭାବେ ଶ୍ରେଣୀଗୃହରେ କୌଣସି ଶିକ୍ଷାଦାନ ହେବ ନାହିଁ। ଏହା ବ୍ୟତୀତ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ହଷ୍ଟେଲଗୁଡ଼ିକ ବନ୍ଦ ରହିବ।

ଏହାସହ ୟୁଜିସି ପକ୍ଷରୁ ସୂଚନା ପାଇବା ପରେ ପରୀକ୍ଷା କାର୍ଯ୍ୟସୂଚୀ ନେଇ ଜଣାଯିବ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମେ ୫ ରୁ ୩୧ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ଘୋଷଣା କରିଥିଲେ।

Leave A Reply

Your email address will not be published.