Latest Odisha News

BREAKING NEWS

ବାତ୍ୟାଞ୍ଚଳ ପରିଦର୍ଶନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ବାତ୍ୟା ‘ୟାସ୍’ରେ ପ୍ରଭାବିତ ଓଡ଼ିଶାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବେ। ଏହି ସର୍ଭେ ଆକାଶ ମାର୍ଗରୁ କରାଯିବ।

ସୂଚନା ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାରେ ସ୍ଥିତି ସମୀକ୍ଷା କରିବେ। ଏନେଇ ସେ ଟ୍ୱିଟ୍ କରିଛନ୍ତି।

ଏହାପୂର୍ବରୁ କେନ୍ଦ୍ର ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପଶ୍ଚିମବଙ୍ଗ ଏବଂ ଓଡିଶାରେ ହୋଇଥିବା ବିମାନ ସର୍ଭେରେ ଯୋଗ ଦେଇଥିଲେ। ଗତ ମେ ୨୮ରେ ମୋଦୀ ବାତ୍ୟା ୟାସ୍ ପାଇଁ ଓଡିଶାକୁ ୫୦୦ କୋଟି ଟଙ୍କା ସହାୟତା ଘୋଷଣା କରିଥିଲେ।

Comments are closed.