Latest Odisha News

କର୍ଣ୍ଣାଟକ; କମୁଛି ସଂକ୍ରମଣ; ବଢିବନି ଲକ୍‌ଡାଉନ୍‌!

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଆଉ ବଢିବନି ଲକ୍‌ଡାଉନ୍‌। କର୍ଣ୍ଣାଟକ ଗୃହମନ୍ତ୍ରୀ ବାସଭାରାଜ ବୋମ୍ମାଇ ଆଜି କହିଛନ୍ତି ଯେ ରାଜ୍ୟରେ ଚାଲିଥିବା କରୋନା ଲକ୍‌ଡାଉନ୍‌ ଜୁନ୍ ୭ ପର୍ଯ୍ୟନ୍ତ ଜାରି ରହିବ।

ପୂର୍ବରୁ ଜାରି ହୋଇଥିବା ଲକ୍‌ଡାଉନ୍‌ ନିୟମାବଳୀଗୁଡ଼ିକ ଜୁନ୍ ୭ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଶ୍ରୀ ବୋମ୍ମାଇ କହିଛନ୍ତି। ଏ ନେଇ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ବୈଠକ କରିବେ ଏବଂ ଏହାପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।

ଶ୍ରୀ ବମ୍ମାଇ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ପଜିଟଭିଟି ହାର ଏବଂ ସକ୍ରିୟ ମାମଲା ସଂଖ୍ୟା ହ୍ରାସ ପାଇଛି ଏବଂ ଯଦି ପ୍ରତ୍ୟେକ ନାଗରିକ ସମର୍ଥନ କରନ୍ତି ତେବେ ଆମେ ସଂକ୍ରମଣକୁ ନିୟନ୍ତ୍ରଣ କରିପାରିବା।

Comments are closed.